ନାଗାଲାଣ୍ଡ ଏବଂ ମେଘାଳୟର ନିର୍ବାଚନୀ ରାଜ୍ୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦିମାପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗାଲାଣ୍ଡ ଏବଂ ମେଘାଳୟର ନିର୍ବାଚନୀ ରାଜ୍ୟ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ନାଗାଲାଣ୍ଡର ଦିମାପୁରରେ ପହଞ୍ଚି ସେଠାରେ ରାଲିକୁ ସମ୍ବୋଧିତ କରିଛନ୍ତି। ମୋଦି କହିଛନ୍ତି, ରିମୋଟ କଣ୍ଟ୍ରୋଲ ଜରିଆରେ କଂଗ୍ରେସ ନାଗାଲାଣ୍ଡ ସରକାର ଚଳାଉଥିଲା। ଦିଲ୍ଲୀରୁ ଦିମାପୁର ପର୍ଯ୍ୟନ୍ତ ସେମାନେ ପାରିବାରିକତାକୁ ପ୍ରାଧାନ୍ୟ ଦେଇଥିଲେ, କିନ୍ତୁ ଆମ ସରକାର ସମଗ୍ର ଉତ୍ତର-ପୂର୍ବ ପାଇଁ ଦିଲ୍ଲୀ ସରକାରଙ୍କ ଚିନ୍ତାଧାରାକୁ ବଦଳାଇ ଦେଇଛନ୍ତି। କଂଗ୍ରେସ ଉତ୍ତର-ପୂର୍ବକୁ ଏଟିଏମ ଭାବରେ ବିବେଚନା କରିଥିଲା। ସରକାରଙ୍କ ଟଙ୍କା ଜନସାଧାରଣଙ୍କ ନିକଟରେ ପହଞ୍ଚୁ ନ ଥିଲା, ବରଂ ଦୁର୍ନୀତିଗ୍ରସ୍ତ ଦଳର ନେତାଙ୍କ ନିକଟରେ ପହଞ୍ଚୁଥିଲା। କିନ୍ତୁ ଆମେ ଉତ୍ତର-ପୂର୍ବର ଆଠଟି ରାଜ୍ୟକୁ କଂଗ୍ରେସ ଭଳି ଏଟିଏମ ଭାବରେ ନୁହେଁ, ବରଂ ‘ଅଷ୍ଟଲକ୍ଷ୍ମୀ’ ବୋଲି ବିବେଚନା କରୁଛୁ।

ନାଗାଲାଣ୍ଡ ପରେ ପ୍ରଧାନମନ୍ତ୍ରୀ ମେଘାଳୟ ଗସ୍ତ କରିବେ, ଯେଉଁଠାରେ ଶୀଲୋଙ୍ଗରେ ଏକ ରୋଡ ସୋ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଉଭୟ ରାଜ୍ୟରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଫେବୃଆରୀ ୨୭ ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଲୋଙ୍ଗରେ ଏକ ରୋଡ ଶୋ’ରେ ଅଂଶଗ୍ରହଣ କରିବେ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି। ସେ ପଶ୍ଚିମ ମେଘାଳୟର ତୁରା ଠାରେ ଏକ ନିର୍ବାଚନ ରାଲିରେ ମଧ୍ୟ ସମ୍ବୋଧିତ କରିବେ।

Related Articles

Back to top button