ଓଡ଼ିଶା ବଜେଟ୍ ୨୦୨୩-୨୪: ରେଳପଥର ବିକାଶ ପାଇଁ ୩୨୦ କୋଟି
ଭୁବନେଶ୍ୱର: ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ବଜେଟରେ ୩୨୦ ଟଙ୍କାର ବ୍ୟୟବରାଦ କରିଛନ୍ତି। ଖୋର୍ଦ୍ଧାରୋଡ-ବଲାଙ୍ଗୀର, ଜୟପୁର- ନବରଙ୍ଗପୁର, ଜୟପୁର-ମାଲକାନଗିରି, ବରଗଡ-ନୂଆପଡା ଏହି ୪ଟି ନୂଆ ରେଳ ଲାଇନ ପ୍ରକଳ୍ପ ବାବଦରେ ଏହି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।