ତୁର୍କୀରେ ପୁଣି ଭୂକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୫.୮
ଆଙ୍କରା : ମହାବିନାଶ ପରେ ତୁର୍କୀରେ ଶନିବାର ପୁଣି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ଥିଲା ବୋଲି ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଭୂକମ୍ପ ଭାରତୀୟ ସମୟ ଅପରାହ୍ନ ପ୍ରାୟ ୪ଟା ସମୟରେ ଘଟିଛି।
ସୂଚନାଯୋଗ୍ୟ, ଏହାପୂର୍ବରୁ ଫେବୃଆରୀ ୬ ରେ ତୁର୍କୀ ଏବଂ ପଡୋଶୀ ସିରିଆରେ ଶକ୍ତିଶାଳୀ କମ୍ପନ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିଚ୍ଟର ସ୍କେଲରେ ୭.୮ ରେ ମାପ କରାଯାଇଥିଲା। ଗୋଟିଏ କିମ୍ବା ଦୁଇ ଦିନ ପରେ ମଧ୍ୟ ଏଠାରେ ଅନେକ ଥର ସାମାନ୍ୟ କମ୍ପନ ଅନୁଭୂତ ହୋଇଥିଲା। ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ୫୦ ହଜାର ଅତିକ୍ରମ କରିଛି। ଏଭଳି ପରିସ୍ଥିତିରେ ପୁଣି ଥରେ ଭୂକମ୍ପ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ତୁର୍କୀରେ ଭୂକମ୍ପ ଯୋଗୁ ୪୪ ହଜାର ୨୧୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।