ମହିଳା ସଶକ୍ତିକରଣକୁ ନେଇ ଟିଭି ଶୋ’ କରିବେ ସୁଭାଷ ଘାଇ

ମୁମ୍ବାଇ: ପ୍ରସିଦ୍ଧ ଅଭିନେତା ଓ ପ୍ରଯୋଜକ ସୁଭାଷ ଘାଇ ଏବେ ଟିଭି ଇଣ୍ଡଷ୍ଟ୍ରିରେ ପାଦ ରଖୁଛନ୍ତି । ଏବେ ସେ ମହିଳା ସଶକ୍ତିକରଣକୁ ନେଇ ଏକ ଶୋ’ କରିବାକୁ ଯାଉଛନ୍ତି, ଯାହାର ନାଁ ହେଉଛି ‘ଜାନକୀ’ । ଏହି ଶୋ ଆସନ୍ତା ମେ’ ପ୍ରଥମ ସପ୍ତାହରେ ପ୍ରସାରଣ ହେବ । ଏହି ଶୋରେ ସୁଭାଷ ପ୍ରଯୋଜକ ଭାବେ କାମ କରିବେ । ଏହାର ମୋଟ ୨୦୮ ଏପିସୋଡର ସୁଟିଂ ଚଳିତ ମାସରୁ ଆରମ୍ଭ ହେବାକୁ ଯାଉଛି ।

ଏହି ଟିଭି ଶୋକୁ ନେଇ ସୁଭାଷ ଘାଇ କହିଛନ୍ତି: ଟେଲିଭିଜନ ହେଉଛି ସବୁଠାରୁ ଶକ୍ତିଶାଳୀ ମାଧ୍ୟମ, ଯାହା ଆମ ଦେଶରେ ମନୋରଞ୍ଜନକୁ ସଂସ୍କାର ଏବଂ ପୁନଃ ପରିବେଷିତ କରିବାର କ୍ଷମତା ରଖିଛି । ‘ଜାନକୀ’ ଶୋ ମାଧ୍ୟମରେ ଆମେ ମହିଳା ସଶକ୍ତିକରଣର ଆନ୍ଦୋଳନକୁ ମଜବୁତ କରିବାକୁ ଲକ୍ଷ୍ୟ ରଖିଛୁ । ସୁଭାଷଙ୍କ ନିଜସ୍ୱ କମ୍ପାନୀ ‘ମୁକ୍ତା ଆର୍ଟ’ ଏହି ପ୍ରସାରଣ ପାଇଁ ପ୍ରସାରଭାରତୀଙ୍କ ସିଇଓଙ୍କ ସହ ଏକ ଚୁକ୍ତିନାମା କରିଛି । ସୁଭାଷ ଆହୁରି ମଧ୍ୟ କହିଛନ୍ତି, “ ଦୁରଦର୍ଶନ ଭାରତର ସବୁଠାରୁ ଅଧିକ ଦେଖାଯାଉଥିବା ଚ୍ୟାନେଲ । ତେଣୁ ଏଥିସହିିତ ଜଡିତ ହେବା ଏକ ଗୌରବର ବିଷୟ । ‘ଜାନକୀ’ ର କାହାଣୀ ଲେଖିଛନ୍ତି ଜେନ୍‌ଶ ଇଜର୍ଦାର, ବନ୍ଦନା ତିୱାରୀ ଏବଂ ରେଖା ବବଲ । ରୁଟୁଜା କ୍ୟାଥେ କ୍ରିଏଟିଭ୍ ଡ଼ାଇରେକ୍ଟର ଥିବା ବେଳେ ଏହି ଶୋ’ର ନିର୍ଦ୍ଦେଶନା ଦେବେ ଜିଗ୍ନେଶ ବୈ ଷ୍ଣବ ।

Related Articles

Back to top button