ତୁର୍କୀରେ ପୁଣି ଭୂକମ୍ପ; ଜଣେ ମୃତ, ୧୦୦ରୁ ଅଧିକ ଆହତ
ନୂଆଦିଲ୍ଲୀ: ଦକ୍ଷିଣ ତୁର୍କୀରେ ସୋମବାର ପୁଣିଥରେ ଭୂକମ୍ପ ହୋଇଛି। ଭୂକମ୍ପ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମାଳତ୍ୟ ପ୍ରଦେଶର ୟେସିଲ୍ୟୁର୍ଟ ସହରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ସୋମବାର ହୋଇଥିବା ସଦ୍ୟ ଭୁକମ୍ପ ଯୋଗୁଁ ୩୦ରୁ ଅଧିକ ଘର ଭାଙ୍ଗି ଯାଇଛି। ଉଲ୍ଲେଖଯୋଗ୍ୟ ଯେ ଚଳିତମାସ ୬ ତାରିଖରେ ହୋଇଥିବା ଭୂକମ୍ପ ଯୋଗୁଁ ତୁର୍କୀ ଏବଂ ସିରିୟାରେ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଲକ୍ଷାଧିକ ଘର ମାଟିରେ ମିଶିଯାଇଛି। ମାଳତ୍ୟ ସମେତ ମୋଟ୍ ୧୧ଟି ତୁର୍କୀ ପ୍ରଦେଶରେ ଭୂକମ୍ପ ବିପର୍ଯ୍ୟୟ ସୃଷ୍ଟି କରିଛି। ତୁର୍କୀ ଏବେ ପୁଣିଥରେ ନୂଆ କରି ସଜାଡ଼ି ହେଉଥିବାବେଳେ ପଛକୁ ପଛ ଭୂକମ୍ପ ଯୋଗୁଁ ଆତଙ୍କ ଖେଳିଯାଇଛି।