ଦୁବାଇରେ ଆକ୍ଟିଂ ଏକାଡେମୀ ଖୋଲିଲେ ରାକ୍ଷୀ ସାଓ୍ୱନ୍ତ

ମୁମ୍ବାଇ : ପୁଣି ଚର୍ଚ୍ଚାରେ ଡ୍ରାମା କ୍ୱିନ୍‌ ରାକ୍ଷୀ ସାୱନ୍ତ ।  ନିଜ କ୍ୟାରିୟର ଉପରେ କରିଛନ୍ତି ଫୋକସ୍‌  ।  ନିଜର ଅଭିନୟ ଯାଦୁ ଏବଂ କଳା ସମସ୍ତଙ୍କୁ ଶିଖାଇବା ପାଇଁ ଦୁବାଇରେ ଆକ୍ଟିଂ ଏକାଡେମୀ ଖୋଲିଛନ୍ତି । ଯେଉଁମାନେ ବଲିଉଡ ଇଣ୍ଡଷ୍ଟ୍ରୀରେ କାମ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଆକ୍ଟିଂ ଟ୍ରେନିଂ ଦିଆଯିବ।

ନିକଟରେ ରାକ୍ଷୀ ଆଦିଲଙ୍କ ବିରୋଧରେ ଠକେଇ ଓ ଘରୋଇ ହିଂସା ଅଭିଯୋଗ ଆଣିବା ପରେ ଆଦିଲଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।ପୂର୍ବରୁ ରାକ୍ଷୀ ମା’ଙ୍କର ଦେହାନ୍ତ ହୋଇଥିଲା  । ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ । ବର୍ତ୍ତମାନ ରାକ୍ଷୀ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଇ ଏକ ଅଭିନୟ ଏକାଡେମୀ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଏକାଡେମୀ ମାଧ୍ୟମରେ ଲୋକମାନେ କେବଳ ତାଲିମ୍‌ ପାଇବେ ତାହା ନୁହେଁ ବରଂ ବଲିଉଡରେ କାମ କରିବାର ସୁଯୋଗ ମଧ୍ୟ ପାଇବେ  ।

ରାକ୍ଷୀ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି, ମୁଁ କରାମାରେ ନୂଆ ଅଭିନୟଏକାଡେମୀ ଆରମ୍ଭ କରୁଛି  ଯାହା ଦ୍ୱାରା ଅନ୍ୟ ଦେଶର ଲୋକ ଅଭିନୟ ଶିଖିପାରିବେ । ଫଳରେ ସେମାନଙ୍କୁ ବଲିଉଡରେ କାମ ମିଳିବ ।ଏଥିସହ ରାକ୍ଷୀଙ୍କର ନୂଆ ମ୍ୟୁଜିକ୍‌ ଭିଡିଓ ସାମ୍ନାକୁ ଆସିଛି  । ଏବେ ରାକ୍ଷୀ ନିଜ କ୍ୟାରିଅରର ସବୁଠୁ ମହଙ୍ଗା ମ୍ୟୁଜିକ ଭିଡିଓ ସୁଟ୍‌ କରିବାରେ ବ୍ୟସ୍ତ ରହିଛନ୍ତି । ରାକ୍ଷୀ ନିଜର ସମସ୍ତ ଦୁଃଖ ଯନ୍ତ୍ରଣାକୁ ଭୁଲି ଏପରି କାମ କରୁଥିବାର ଦେଖି ପ୍ରଶଂସକ ମାନେ ବହୁତ ଖୁସି ଥିବା ଜଣାଇଛନ୍ତି  ।

Related Articles

Back to top button