ଫେବୃଆରୀରେ ଜିଏସଟି ସଂଗ୍ରହରେ ୧୨% ବୃଦ୍ଧି

ନୂଆଦିଲ୍ଲୀ: ଫେବୃଆରୀ ୨୦୨୩ ରେ, ଦ୍ରବ୍ୟ ଏବଂ ସେବା କର (ଜିଏସଟି) ରେ ବଡ଼ ବୃଦ୍ଧି ହୋଇଛି। ଫେବୃଆରୀରେ ଜିଏସଟି ରାଜସ୍ୱ ସଂଗ୍ରହ ବାର୍ଷିକ ପ୍ରାୟ ୧୨ ପ୍ରତିଶତ ବୃଦ୍ଧି ହୋଇ ୧,୪୯,୫୭୭ କୋଟିରେ ପହଞ୍ଚିଛି। ଏହା ସହିତ ଲଗାତାର ୧୨ ମାସ ପାଇଁ ମାସିକ ଜିଏସଟି ରାଜସ୍ୱ ସଂଗ୍ରହ ୧.୪ ଲକ୍ଷ କୋଟିରୁ ଅଧିକ ଥିଲା ବୋଲି ଅର୍ଥ ମନ୍ତ୍ରଣାଳୟ ବୁଧବାର ଏକ ବିବୃତ୍ତିରେ କହିଛନ୍ତି। ଫେବୃଆରୀ ୨୦୨୨ ରେ ଜିଏସ୍ଟି ରାଜସ୍ୱ ୧,୩୩,୦୨୬ କୋଟି ଥିଲା। ମୋଟ ରାଜସ୍ୱରେ ସିଜିଏସଟି ୨୭,୬୬୨ କୋଟି, ଏସଜିଏସଟି ୩୪,୯୧୫ କୋଟି, ଆଇଜିଏସଟି ୭୫,୦୬୯ କୋଟି ଏବଂ ସେସ ୧୧,୯୩୧ କୋଟି ସାମିଲ।

ଅର୍ଥ ମନ୍ତ୍ରଣାଳୟ ଏହାର ବିବୃତ୍ତିରେ କହିଛି ଯେ ଫେବୃଆରୀ ମାସରେ ସାମଗ୍ରୀ ଆମଦାନୀରୁ ଆୟ ୬ ପ୍ରତିଶତ ଅଧିକ ଥିଲା। ଉଲ୍ଲେଖନୀୟ କଥା ହେଉଛି, ଏହି ମାସରେ ସର୍ବାଧିକ ସେସ୍ ସଂଗ୍ରହ ମଧ୍ୟ ଦେଖିବାକୁ ମିଳିଛି। ଫେବୃଆରୀରେ କେନ୍ଦ୍ର ବଜେଟ୍ ୨୦୨୩-୨୪ ସମୟରେ କେନ୍ଦ୍ର ସରକାରଙ୍କ ପାଇଁ ନିଟ୍ ଜିଏସଟି ସଂଗ୍ରହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧୨% ବୃଦ୍ଧି କରିବେ ବୋଲି ଆକଳନ କରିଥିଲେ।

ସଦ୍ୟତମ ପରିସଂଖ୍ୟାନରେ ସରକାରଙ୍କ ଜିଏସଟି ସଂଗ୍ରହରେ ବୃଦ୍ଧି ଘଟିଛି। ଏଥିସହ ଆଜି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ର ଅଭିବୃଦ୍ଧି ହାର ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ୪.୪ ପ୍ରତିଶତକୁ ଖସି ଆସିଛି। ଏନଏସଓ ଅନୁଯାୟୀ, ଗତ ଆର୍ଥିକ ବର୍ଷର ୨୦୨୧-୨୨ ର ସମାନ ତ୍ରୈମାସରେ ଦେଶର ଅର୍ଥନୀତି ୧୧.୨ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ଏଥି ସହିତ ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଅଭିବୃଦ୍ଧି ହାର ୬.୩ ପ୍ରତିଶତ ଥିଲା। ଏହା ବ୍ୟତୀତ ମୁଡି ଇନଭେଷ୍ଟର୍ସ ସର୍ଭିସ ମଧ୍ୟ ୨୦୨୩ ବର୍ଷ ପାଇଁ ଭାରତର ଆର୍ଥିକ ଅଭିବୃଦ୍ଧି ଆକଳନ କରିଛି। ମୁଡିସ୍ ଭାରତର ଆର୍ଥିକ ଅଭିବୃଦ୍ଧିକୁ ୪.୮ ପ୍ରତିଶତରୁ ୫.୫ ପ୍ରତିଶତକୁ ବୃଦ୍ଧି କରିଛି।

Related Articles

Back to top button