ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ସରିଲା ,୧୦ ତାରିଖ ଯାଏ ମୁଲତବି
ଭୁବନେଶ୍ୱର: ହଟ୍ଟଗୋଳ ମଧ୍ୟରେ ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ଅଧିବେଶନ ଶେଷ ହୋଇଛି । ଏଥିସହ ବିଧାନସଭାକୁ ବାଚସ୍ପତି ଆସନ୍ତା ୧୦ ତାରିଖ ଯାଏ ମୁଲତବି ରଖିଛନ୍ତି । ପ୍ରଥମ ପର୍ଯ୍ୟାୟ ଅଧିବେଶନର ଶେଷ ଦିନରେ ଗୃହରେ ବିରୋଧୀ ହଟ୍ଟଗୋଳ କରିଥିଲେ ।
କଂଗ୍ରେସ ବିଧାୟକ ତାରାବାହିନୀ ପତି ଗ୍ୟାସ ଦର ବୃଦ୍ଧିକୁ ହୋ ହଲ୍ଲା କରିଥିବା ବେଳେ ବିଜେପି ବିଧାୟକ ପୋଲିସର କାର୍ଯ୍ୟାନୁଷ୍ଠାନକୁ ହଟ୍ଟଗୋଳ କରିଥିଲେ । ହଟ୍ଟଗୋଳକୁ ଦେଖି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ।
ଫେବ୍ରୁଆରୀ ୨୧ ତାରିଖରୁ ଆରମ୍ଭ ହୋଇଥିଲା ବିଧାନସଭାର ବଜେଟ୍ ଅଧିବେଶନ । ୨୩ ତାରିଖରେ ଗୃହରେ ଉପସ୍ଥାପିତ ହୋଇଥିଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୪ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ ।
ଚଳିତ ବିଧାନସଭା ବଜେଟ୍ ଅଧିବେଶନ ୨ଟି ପର୍ଯ୍ୟାୟରେ ବସୁଛି । ଯାହାକି ଏପ୍ରିଲ୍ ୬ ତାରିଖରେ ଶେଷ ହେବ । ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ମାର୍ଚ୍ଚ ୧୧ ତାରିଖରୁ ଆରମ୍ଭ ହେବ ।