ଓସ୍କାର ସମାରୋହରେ ‘ନାଟୁ ନାଟୁ’ ଗୀତର ଲାଇଭ୍ ପରଫର୍ମାନ୍ସ

ନୂଆଦିଲ୍ଲୀ : ଚର୍ଚ୍ଚାରେ ‘RRR’  ଫିଲ୍ମ । ଓସ୍କାର ୨୦୨୩ରେ ‘RRR’ ଚଳଚ୍ଚିତ୍ରର ଗୀତ ‘ନାଟୁ ନାଟୁ’ ସର୍ବଶ୍ରେଷ୍ଠ ଗୀତ ଭାବେ ଓସ୍କାର ୨୦୨୩ରେ ନାମାଙ୍କିତ ହୋଇ ଭାରତକୁ ଗୌରବାନ୍ଵିତ କରିଛି।‘RRR’ ପୂର୍ବରୁ ହିଁ ସିଲଭର ସ୍କ୍ରିନ ଏବଂ ଗୋଲଡେନ୍ ଗ୍ଲୋବରେ ଭାରତର ଗୌରବ ଆଣିଥିବା ବେଳେ ଏବେ ଫିଲ୍ମକୁ ନେଇ ଓସ୍କାର ଆଉ ଏକ ବଡ ଅପଡେଟ୍ ସେୟାର କରିଛି।

ସୂଚନା ଅନୁଯାୟୀ, ନିକଟରେ ଦ ଏକାଡେମୀ ଟ୍ୱିଟରରେ ଘୋଷଣା କରିଛି ଯେ ଓସ୍କାର ସମାରୋହରେ ‘ନାଟୁ ନାଟୁ’ର ଲାଇଭ୍ ପରଫର୍ମାନ୍ସ କରାଯିବ। ଓସ୍କାରର ଅଫିସିଆଲ୍ ପୋଷ୍ଟରେ ଲେଖା ହୋଇଥିଲା, ‘ରାହୁଲ ସିପ୍ଲିଗୁଞ୍ଜ ଓ କାଲ୍‌ ଭୈରବ ୯୫ତମ ଓସ୍କାରରେ ନାଟୁ ନାଟୁର ଲାଇଭ୍ ପରଫର୍ମାନ୍ସ କରିବେ। ଏହା ସହିତ ଦ ଏହାଡେମୀ ଏକ ପୋଷ୍ଟର ମଧ୍ୟ ସେୟାର କରିଥିଲା। ଏହି ସମାରୋହ ୧୨ ମାର୍ଚ୍ଚ (ଭାରତରେ ୧୩ ମାର୍ଚ୍ଚ)ରେ ଆମେରିକାର ଲସ୍ ଆଞ୍ଜେଲ୍ସର ଡଲବି ଥିଏଟରରେ ଅନୁଷ୍ଠିତ ହେବ। ଓସ୍କାର ଘୋଷଣା ପୂର୍ବରୁ ଗୀତର ସଙ୍ଗୀତକାର ଏମ୍‌ଏମ୍‌ କିରାଭାନୀ ଖୁଲାସା କରିଥିଲେ କି, ବର୍ତ୍ତମାନ ଲାଇଭ୍ ପରଫର୍ମାନ୍ସ ପାଇଁ ରିହର୍ସଲ୍ ଚାଲିଛି। ସେପଟେ ଯେବେଠୁ ଲାଇଭ୍‌ ପରଫର୍ମାନ୍ସ ବିଷୟରେ ଘୋଷଣା ହୋଇଛି, ସେବେଠାରୁ ସୋସିଆଲ ମିଡିଆରେ କ୍ରମାଗତ ଭାବରେ ଫ୍ୟାନମାନେ ରାମ ଚରଣ ଓ ଜୁନିୟର ଏନ୍‌ଟିଆର୍‌ ନୃତ୍ୟ କରିବାକୁ ନିବେଦନ କରୁଛନ୍ତି।

Related Articles

Back to top button