ଏଣିକି ରାଜ୍ୟର ସବୁ ମେଡିକାଲରେ ଲାଗିବ ବାୟୋମେଟ୍ରିକ ଆଟେଣ୍ଡାନ୍ସ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟର ସବୁ ହସ୍ପିଟାଲରେ ଲାଗିବ ବାୟୋମେଟ୍ରିକ । ଏଣିକି ସବୁ ହସ୍ପିଟାଲ ରେ ଏହି ବ୍ୟବସ୍ଥା କାର୍ଯ୍ୟ କାରୀ କରାଯିବ । ନର୍ସ, ଡାକ୍ତର, କର୍ମଚାରୀଙ୍କ ଉପସ୍ଥାନ ରେକର୍ଡ କରିବା ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯିବ ।

ସୂଚନା ମୁତାବକ ରାଜ୍ୟର ସବୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜରେ ଏହା ଲାଗିବ । ଏହାର ପରବର୍ତ୍ତି ସମୟରେ ସବୁ ପିଏଚସି ଓ ସିଏଚସିରେ ଏହି ବ୍ୟବସ୍ଥା ଲାଗୁ କରାଯିବ । ଏହା ସହିତ ଚଳିତବର୍ଷ ୫ହଜାର ଡାକ୍ତର,୯ହଜାର ଷ୍ଟାଫ ନର୍ସ ମଧ୍ୟ ନିଯୁକ୍ତି ପାଇବେ ବୋଲି ପ୍ରେସ ମିଟରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ପ୍ରକାଶ କରିଛନ୍ତି । ତେବେ ଏହି ବ୍ୟବସ୍ଥା ଆଗରୁ ସମସ୍ତ ପ୍ରାଇଭେଟ ମେଡିକାଲରେ କାର୍ଯ୍ୟ କାରୀ ହେଇ ଆସୁଛି । ଏହା ଦ୍ୱାରା ବାରମ୍ବାର ସରକାରୀ ହସ୍ପିଟାଲରେ ଡାକ୍ତରଙ୍କ ଉପସ୍ଥିତି ନ ରହିବାକ ଭଳି ଅଭିଯୋଗ ଯେଉଁ ଆସୁଥିଲା ତାହା ଉପରେ ନଜର ରଖାଯାଇ ପାରିବ । ଏହା ଦ୍ୱାରା ରୋଗୀ ମାନଙ୍କୁ ମଧ୍ୟ ଉଚିତ ସେବା ମିଳିପାରିବ ।

Related Articles

Back to top button