୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କଟକ ମହାନଗର ନିଗମର ୫୮୭ କୋଟିର ବଜେଟ୍

କଟକ: କଟକ ମହାନଗର ନିଗମରେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଆଗତ ହୋଇଛି ବଜେଟ୍ । ଚଳିତ ବର୍ଷ ୫୮୭ କୋଟି ୫୬ ଲକ୍ଷ ୫୭ ହଜାର ଟଙ୍କାର ବଜେଟ୍ ଆଗତ ହୋଇଛି କାଉନସିଲ୍ ବୈଠକରେ । ଆସନ୍ତା ୯ ତାରିଖରେ ବଜେଟର ପୂର୍ଣ୍ଣାଙ୍ଗ ରୂପ ଧାର୍ଯ୍ୟ କରାଯାଇ ସରକାରଙ୍କୁ ପଠାଯିବ ବୋଲି ସୂଚନା ଦେଇଛନ୍ତି ସିଏମସି ମେୟର ସୁବାସ ସିଂ ।

ଆଜି ଅନୁଷ୍ଠିତ ବଜେଟ୍ ବୈଠକରେ ସମସ୍ତ କର୍ପୋରେଟର ବିଭିନ୍ନ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ମେୟର, କମିଶନର ବଜେଟ୍ ଉପସ୍ଥାପନ କରିଥିଲେ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବଜେଟରେ ୧୦୦ କୋଟି ଅଧିକ ଆୟ ବ୍ୟୟ ଆଗତ କରାଯାଇଛି ।

ଗତବର୍ଷ ସିଏମସିର ବଜେଟ୍ ୪୮୯ କୋଟି ରହିଥିଲା । ଚଳିତ ବଜେଟରେ ସ୍ୱାସ୍ଥ୍ୟ, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ, ବସ୍ତି ବିକାଶ, ଡ୍ରେନେଜ୍ ନବୀକରଣ, ଅଳିଆ ଆବର୍ଜନା ସଫା ଆଦି ଦିଗକୁ ଗୁରୁତ୍ୱ ଦିଆଯାଇଛି । ଆସନ୍ତା ୩ ଦିନରେ ଆଉ କିଛି ପ୍ରସ୍ତାବ ଆଣିଲେ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ପଠାଯିବ ବୋଲି କହିଛନ୍ତି ସିଏମସି ମେୟର ।

Related Articles

Back to top button