କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଗୋରାହାଣ୍ଡିରେ ୧୨୦୦ ବର୍ଷ ତଳର ବିଷ୍ଣୁ ମନ୍ଦିର ଠାବ

କୋରାପୁଟ:  କୋରାପୁଟ ଜିଲ୍ଲାରେ ବହୁ ଏତିହାସିକ ସ୍ଥାନ ଏପରି ରହିଛି, ଯାହା ୧୨୦୦ ବର୍ଷ ପୁରାତନ। ସେହି ସ୍ଥାନକୁ ଏବେ ବି ବହୁ ଲୋକ ଜାଣି ନାହାନ୍ତି। ସେହି ସ୍ଥାନ ହେଉଛି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ଗୋରାହାଣ୍ଡିରେ ଥିବା ଏକ ପୁରାତନ ବିଷ୍ଣୁ ମନ୍ଦିର। ଏହି ମନ୍ଦିରକୁ ନଳ ବଂଶର ରାଜାମାନେ ପ୍ରତିଷ୍ଠା କରିବାର ଅନୁମାନ କରାଯାଉଛି।
ଏକଦା ଅବିଭକ୍ତ କୋରାପୁଟ ଜିଲ୍ଲାରେ ନଳ ବଂଶ ରାଜୁତି କରୁଥିବାରୁ ବହୁ ପ୍ରମାଣ ରହିଛି। ବର୍ତ୍ତମାନର ନବରଙ୍ଗପୁର ଜିଲ୍ଲାର ପୋଡାଗଡରେ ଏହାର ବହୁ ପଥର ଉପରେ ଅଭିଲେଖ ଥିବାରୁ ଏଠାରେ ନଳ ବଂଶର ରାଜାମାନେ ଶାସନ କରୁଥିବା ଗବେଷକମାନେ କହିଛନ୍ତି। ପ୍ରାୟ ସପ୍ତମ ଠାରୁ ନବମ ଶତାବ୍ଦୀ ବେଳକୁ ନଳ ବଂଶର ରାଜାମାନେ କୋରାପୁଟର ବହୁ ସ୍ଥାନରେ ବିଷ୍ଣୁ ମନ୍ଦିର କରିଥିବାର ପ୍ରମାଣ ରହିଛି। କୋରାପୁଟ ଜିଲ୍ଲାର କୁନ୍ଦୁରା ବ୍ଲକର ଗୋରାହାଣ୍ଡି ଗ୍ରାମରେ ଗୁପ୍ତ ଭାବରେ ଜଙ୍ଗଲ ଭିତରେ ବହୁ ପୁରାତନ ମନ୍ଦିର ତଥା ପ୍ରାୟ ୧୨୦୦ ବର୍ଷରୁ ଅଧିକ ସମୟ ହେବ ପ୍ରତିଷ୍ଠା କରାଯାଇଥିବା ଅନୁମାନ କରିଛନ୍ତି ଗବେଷକ। ସେଠାରେ ନାରାୟଣଙ୍କ ଏକ ବିଗ୍ରହ ମଧ୍ୟ ରହିଥିବାର ପ୍ରମାଣ ମିଳିଛି। ରାଜ୍ଯର ବରିଷ୍ଠ ଗବେଷକମାନେ ଆଜି ଏହି ଗାଁକୁ ଆସି ଗୁପ୍ତ ଭାବେ ଥିବା ଏହି ମନ୍ଦିରକୁ ଖୋଜି ବାହାର କରିଛନ୍ତି। ଗୋରାହାଣ୍ଡି ଗ୍ରାମରେ ଥିବା ନାରାୟଣ ମନ୍ଦିର ପ୍ରାଯ ୧୨୦୦ ବର୍ଷରୁ ପୁରୁଣା ମନ୍ଦିର ହୋଇଥିବା ବେଳେ ଏହାକୁ ସୁରକ୍ଷିତ ରଖିବାକୁ ପ୍ରୟାସ ଆରମ୍ଭ ହୋଇଛି। ରାଜ୍ୟ ପ୍ରତ୍ନତ୍ତତ୍ବ ବିଭାଗ ପକ୍ଷରୁ ଏହା ମନ୍ଦିର କାମ ଆରମ୍ଭ କରାଯାଇଛି। ଏହାକୁ ସ୍ବାଗତ କରିଛନ୍ତି ବରିଷ୍ଠ ଗବେଷକ ଅନିଲ ଧୀର୍। କିନ୍ତୁ ବହୁ ବର୍ଷରୁ ପୁରୁଣା ମନ୍ଦିରର ବ୍ୟବହାର ଗୁରୁତ୍ବପୂର୍ଣ୍ଣ ପଥରଗୁଡ଼ିକୁ ପୁଃନସ୍ଥାପିତ କରି ଭଲ ଭାବରେ ସଠିକ ଢଙ୍ଗରେ ତିଆରି କରିବାକୁ ଅନୁରୋଧ କରିଛନ୍ତି ଗବେଷକ ଅନିଲ ଧୀର। ସେଠାରେ ଏକ ସୁନ୍ଦର ନାରାୟଣଙ୍କ ମୁର୍ତ୍ତି ଥିବା ବେଳେ ତାହାକୁ ମଧ୍ଯ ସୁରକ୍ଷିତ କରି ମନ୍ଦିର ତିଆରି କରିବାକୁ ଅନୁରୋଧ କରିଛନ୍ତି ଗବେଷକ। ଯେହେତୁ ଏହା ଅତି ପୁରୁଣା ମନ୍ଦିର ତାକୁ ସେମିତି ସେତେବେଳେ ଥିଲା, ସେମିତି ନିର୍ମାଣ କରିବାକୁ ମତ ଦେଇଛନ୍ତି । ଏହା ଆଗାମୀ ଯୁବ ପିଢୀ ମାନଙ୍କୁ ଦେଖିବାରୁ ସୁଯୋଗ ମିଳିପାରିବ ବୋଲି ବରିଷ୍ଟ ଗବେଷକ ଅନିଲ ଧିର୍ କହିଛନ୍ତି ।
ଗୋରାହାଣ୍ଡି ଗ୍ରାମରେ ଥିବା ଏହି ପୁରାତନ ମନ୍ଦିର ବହୁ କାଲରୁ ଥିବା କହିଛନ୍ତି ଗ୍ରାମବାସୀ । ଜଙ୍ଗଲ ଭିତରେ ପଥର ଖୋଦିତ ହୋଇଥିବା ପୁରୁଣା ମନ୍ଦିର କୁ କିଛି ଦିନ ତଳେ ଏକ ଦଳ ଆସି ମନ୍ଦିରକୁ ପୁନଃ ନିର୍ମାଣ କରିବା ପାଇଁ ଆସିଥିଲେ। ଗ୍ରାମବାସୀ ଏହି ମନ୍ଦିରକୁ ଯେମିତି ଥିଲା ସେମିତି ତିଆରି କରିବାକୁ କହିଥିଲେ । ଗ୍ରାମବାସୀ ମାନେ ଏବେ ଏହି ମନ୍ଦିରକୁ ପୁରାତନ ଭାବେ ଯେମିତି ଥିଲା ସେମିତି ତିଆରି କରିବାକୁ ଅନୁରୋଧ କରିଛନ୍ତି। ଏଥିପାଇଁ ଯେ ଏମିତି ମନ୍ଦିର ରାଜ୍ୟରେ କ୍ବଚିତ ମିଳେ। ଏହି ଐତିହ କୀର୍ତ୍ତିରାଜି ମନ୍ଦିର ଗୋରାହାଣ୍ଡି ଗ୍ରାମ ଓ କୋରାପୁଟ ଜିଲ୍ଲା ପାଇଁ ଏକ କୀର୍ତ୍ତିମାନ ଗୌରବ ହୋଇ ରହିବ ବୋଲି ଗ୍ରାମବାସୀ ନୀଳକଣ୍ଠ ପୂଜାରୀ କହିଛନ୍ତି।
କୋରାପୁଟ ଜିଲ୍ଲାର  ଏପରି ବହୁ ପୁରାତନ ମନ୍ଦିର ଅଛି, ଯାହା ଲୋକଲୋଚନକୁ ଆସିପାରିନାହିଁ। ସେହି ମନ୍ଦିରଗୁଡ଼ିକୁ ପୁଣି ରାଜ୍ୟ ପ୍ରତ୍ନତ୍ତତ୍ବ ବିଭାଗ ହାତକୁ ନେଇ ସୁରକ୍ଷିତ କରିବାକୁ ସବୁ ମହଲରେ ମତ ପ୍ରକାଶ ପାଇଛି।

Related Articles

Back to top button