ଓସ୍କାର୍‌ ୨୦୨୩ର ଅନ୍ୟତମ ଉପସ୍ଥାପିକା ଭାବେ ମନୋନୀତ ହେଲେ ଦୀପିକା ପାଦୁକୋନ୍‌

ମୁମ୍ବାଇ: ଓସ୍କାର୍‌ ୨୦୨୩ ର ଅନ୍ୟତମ ଉପସ୍ଥାପିକା ଭାବେ ମନୋନୀତ ହୋଇଛନ୍ତି ବୋଲି ଗୁରୁବାର ଦିନ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ‘ଇନ୍‌ଷ୍ଟାଗ୍ରାମ୍‌’ ପୋଷ୍ଟ୍‌ରେ ଘୋଷଣା କରିଛନ୍ତି। ଏହି ସମ୍ମାନ ପାଇ ଦୀପିକା ଏମିଲି ବ୍ଲଣ୍ଟ୍‌, ସାମୁଏଲ୍‌ ଏଲ୍‌. ଜ୍ୟାକ୍‌ସନ୍‌, ଡ୍ବେନ୍‌ ଜନ୍‌ସନ୍‌, ମାଇକେଲ୍‌ ବି. ଜୋର୍ଡାନ୍‌, ଜେନିଲ୍‌ ମୋନେ, ଜୋ ସାଲ୍‌ଡାନା, ଜେନିଫର୍‌ କନେଲି, ରିଜ୍‌ ଅହମଦ୍‌ ଏବଂ ମେଲିସା ମ୍ୟାକ୍‌କ୍ୟାଥିଙ୍କ ଭଳି ସେଲିବ୍ରେଟି ଉପସ୍ଥାପକ ଓ ଉପସ୍ଥାପିକାମାନଙ୍କ ସହିତ ଯୋଗ ଦେବେ।

୨୦୨୩ ରବିବାର ମାର୍ଚ ୧୨ ତାରିଖ ଦିନ ଲସ୍‌ ଏଞ୍ଜେଲ୍‌ସ୍‌ର ‘ଡଲି ଥିଏଟର୍‌’ରେ ହେବାକୁ ଥିବା ୯୫ତମ ଏକାଡେମି ଆୱାର୍ଡସ୍‌ର ‘ ଲାଇଭ୍‌’ ପ୍ରସାରଣ କରିବ ‘ଏବିସି’। ଏଥର ‘ଓସ୍କାର୍‌’ ଭାରତୀୟ ଚଳଚ୍ଚିତ୍ର ନିମନ୍ତେ ମଧ୍ୟ ଏକ ବିଶେଷ ବର୍ଷ। ଏଥର ଗୋଟିଏ ନୁହେଁ, ତିନୋଟି ଉଲ୍ଲେଖନୀୟ ଭାରତୀୟ ଚଳଚ୍ଚିତ୍ର ‘ଓସ୍କାର୍ ଆୱାର୍ଡସ୍‌’ ନୋମିନେସନ୍‌ରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

Related Articles

Back to top button