ସମ୍ବଲପୁର ଓ ତାଳଚେର ସବୁଠୁ ଉତ୍ତପ୍ତ ସହର: ୩୮ ଡିଗ୍ରି ଉପରେ ରାଜ୍ୟର ୮ ସହର, ୩୭ ଡିଗ୍ରି ଉପରେ ୨୦ ସହର

ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ ସୂର୍ଯ୍ୟଙ୍କ କୋପ ଦେଖିବାକୁ ମିଳିଲାଣି। ସକାଳ ୮ଟା ବେଳକୁ ଖରା ଟାଣ ହୋଇଯାଉଥିବା ବେଳେ ଦିନ ୧୧ଟା ସୁଦ୍ଧା ରାଜ୍ୟର ଅଧିକାଂଶ ଅଞ୍ଚଳର ତାପମାତ୍ରା ୩୫ ଡେଇଁ ଯାଉଛି। ଆଜି ରାଜ୍ୟର ୮ ସହର ୩୮ଡିଗ୍ରି ଉପରେ ଓ ୨୦ ସହର ୩୭ ଡିଗ୍ରି ଉପରେ ରହିଥିଲା। ସମ୍ବଲପୁର ଓ ତାଳଚେରଠାରେ ଆଜି ସର୍ବାଧିକ ତାପମାତ୍ରା ୩୮.୬ ଡିଗ୍ରି ରେକର୍ଡ ହୋଇଛି। ୩୮.୫ ଡିଗ୍ରି ସହ ଭୁବନେଶ୍ବର ତାଲିକାର ଦ୍ବିତୀୟରେ ରହିଥିଲା। ଦିନ ସାଢ଼େ ୧୧ଟା ବେଳକୁ ରାଜଧାନୀର ତାପମାତ୍ରା ୩୬.୬ଡିଗ୍ରି ଡେଇଁ ସାରିଥିଲା। ସେହିପରି ଝାରସୁଗୁଡ଼ା ଓ ସୋନପୁରରେ (୩୮.୪ ଡିଗ୍ରି), ବୌଦ୍ଧ, ଖୋର୍ଧା ଓ ବାରିପଦାରେ (୩୮ ଡିଗ୍ରି) ରେକର୍ଡ ହୋଇଛି। ଗତକାଲି ଅପେକ୍ଷା ଆଜି ରାଜ୍ୟର ତାପମାତ୍ରା ପାଖାପାଖି ଦେଢ଼ ଡିଗ୍ରି ଯାଏ ବଢ଼ିଛି। ତେବେ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ଅଧିକ ରହିଛି।

Related Articles

Back to top button