ଉତ୍ତରାଖଣ୍ଡର ଉତ୍ତରକାଶିରେ ଚାରିଥର ଭୂକମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ୨.୫ ତୀବ୍ରତା
ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶିରେ ଶନିବାର ବିଳମ୍ବିତ ରାତିରେ ଚାରିଥର ଭୂକମ୍ପ ଅନୁଭୂତ ହୋଇଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୫ ଥିଲା । ଏହି କମ୍ପନଗୁଡିକ ମଧ୍ୟରାତ୍ରି ୧୨ ରୁ ସକାଳ ୧.୦୦ ମଧ୍ୟରେ ଅନୁଭୂତ ହୋଇଥିଲା । ଏହା ପରେ ଆତଙ୍କିତ ଲୋକ ଘରୁ ବାହାରକୁ ଆସିଥିଲେ। ଲୋକମାନେ ନିଜ ଘରୁ ବାହାରି ରାତି ସାରା ରାସ୍ତାରେ ବିତାଇଲେ। ଭୂକମ୍ପ ଦୃଷ୍ଟିରୁ ଉତ୍ତରାଖଣ୍ଡ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଜୋନ୍ ରେ ଥାଏ ।
ସୂଚନାଯୋଗ୍ୟ, ଗତ ଏକ ମାସ ମଧ୍ୟରେ ୬ ଥର ଭୂମିକମ୍ପ ଅନୁଭୂତ ହୋଇଛି। ନିକଟରେ ବାଗେଶ୍ୱର ଏବଂ ପୌଡ଼ିରେ ଭୂକମ୍ପ ହୋଇଥିଲା। ବିଶେଷଜ୍ଞମାନେ କହିଛନ୍ତି ଯେ ସାମାନ୍ୟ ଭୂକମ୍ପର କମ୍ପନ ଅର୍ଥ ହେଉଛି ପୃଥିବୀରୁ ଶକ୍ତି ମୁକ୍ତ ହେଉଛି। ସେ କହିଛନ୍ତି ଯେ ଭୂକମ୍ପ ପୂର୍ବାନୁମାନ କରାଯାଇପାରିବ ନାହିଁ, କିନ୍ତୁ ଏତିକି ଯେ ଉତ୍ତରାଖଣ୍ଡରେ ଏକ ବଡ଼ ଭୂକମ୍ପ ହେବାର ଆଶଙ୍କା ରହିଛି ।