ଇଫ୍କୋ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ସହାୟତା, ଶ୍ରୀଜଗନ୍ନାଥ ମନ୍ଦିରକୁ ୧୧ ଲକ୍ଷ ଟଙ୍କା ଦାନ
ଭୁବନେଶ୍ୱର : ଦେଶର ସର୍ବବୃହତ ସାର ପ୍ରସ୍ତୁତକାରୀ ସଂସ୍ଥା ତଥା ବିଶ୍ୱର ସର୍ବ ବୃହତ୍ତମ ସମବାୟ ସଂସ୍ଥା ‘ଇଣ୍ଡିଆନ୍ ଫାର୍ମରସ୍ ଫର୍ଟିଲାଇଜର୍ କୋଅପରେଟିଭ୍ ଲିଃ (ଇଫ୍କୋ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଆଜି ଲୋକସେବା ଭବନଠାରେ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କୁ ଇଫ୍କୋର ବରିଷ୍ଠ ଅଧିକାରୀମାନେ ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଇଫ୍କୋ ପରିଚାଳନା ନିର୍ଦ୍ଦେଶକ ଉଦୟ ଶଙ୍କର ଅଗସ୍ତି, ନିର୍ଦ୍ଦେଶକ କେ. ଜେ ପଟେଲ ଏବଂ ଲୋକସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା ପ୍ରମୁଖ ଏହି ଚେକ୍ ପ୍ରଦାନ କରିଥିଲେ।
ଏହାପରେ ଉକ୍ତ ଅଧିକାରୀମାନେ ପୁରୀ ଯାଇ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ୧୧ ଲକ୍ଷ ଟଙ୍କା ଦାନ କରିଥିଲେ।