ପୁଣି କର୍ମଚାରୀଙ୍କ ଛଟେଇ କରିବ ମେଟା

ନୂଆଦିଲ୍ଳୀ: କିଛି ଦିନ ଅନ୍ତରରେ ମେଟା କମ୍ପାନି କର୍ମଚାରୀଙ୍କୁ ପୁଣି ଥ‌ରେ ଛଟେଇ କରିବ ବୋଲି ଖବର ହସ୍ତଗତ ହେଉଛି। ନିକଟରେ ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ମାର୍କ ଜୁକରବର୍ଗଙ୍କ ଏହି କମ୍ପାନି ଆଗାମୀ ସପ୍ତାହରେ ଆହୁରି କିଛି କର୍ମଚାରୀଙ୍କୁ ଚାକିରିରୁ ବିଦା କରିବାକୁ ଯୋଜନା କରିଛି। ପୂର୍ବରୁ ମେଟା ୧୨ ହଜାର କର୍ମଚାରୀଙ୍କୁ ଚାକିରିରୁ କାଢ଼ି ସାରିଛି।

ବ୍ଲୁମବର୍ଗ ରିପୋର୍ଟ ମୁତାବକ, ମେଟାର ଏହି ଅଭିଯାନ ଆର୍ଥିକ ଲକ୍ଷ୍ୟ ପୂରଣ ପାଇଁ ହେବ। ରିପୋର୍ଟରେ ଦର୍ଶାଯାଇଛି ଯେ ମେଟା ପୂର୍ବରୁ ବିଜ୍ଞାପନରୁ ବହୁ ଟଙ୍କା ରୋଜଗାର କରୁଥିଲା। ଏବେ କିନ୍ତୁ ବର୍ତ୍ତମାନ “ମେଟାଭର୍ସ” ଉପରେ ଧ୍ୟାନ ଦେବାକୁ ଚାହୁଁଛି। କମ୍ପାନି ପାଇଁ ଟଙ୍କା ସଞ୍ଚୟ କରିବା ଆବଶ୍ୟକ, ତେଣୁ ସେମାନେ ଖର୍ଚ୍ଚ କାଟିବାକୁ ଏହି ଛଟେଇ ଯୋଜନା କରୁଛନ୍ତି।

ଏହି ଛଟେଇ ପର୍ବ ଆଗାମୀ ସପ୍ତାହ ମଧ୍ୟରେ ଶେଷ ହୋଇପାରେ। କାରଣ ନିଜର ତୃତୀୟ ସନ୍ତାନର ବାପା ବନିବାକୁ ଯାଉଥିବା ସିଇଓ ମାର୍କ ଜୁକରବର୍ଗ ପାର୍ଟନାଲ୍‌ ଲିଭ୍‌ ବା ପିତୃତ୍ବ ଛୁଟିରେ ଯିବା ପୂର୍ବରୁ ଏହି କାର୍ଯ୍ୟ ଶେଷ କରିବାର ଯୋଜନା ରହିଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଗତବର୍ଷ ନଭେମ୍ବର ମାସରେ  ‘ମେଟା’ ପକ୍ଷରୁ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା। ମେଟା ଅଧୀନରେ ରହିଛି ଫେସ୍‌ବୁକ୍, ଇନଷ୍ଟାଗ୍ରାମ୍ ଓ ହ୍ବାଟସ୍‌ଆପ୍‌ ଭଳି ବହୁଳ ଲୋକପ୍ରିୟ ସଂସ୍ଥା। ମେଟା ଏହାର ୧୩% କର୍ମଚାରୀଙ୍କୁ ଛଟେଇ କରିଥିଲା।

Related Articles

Back to top button