ଭାରତୀୟ ସେନାର ସୈନିକ ପରିବାର ଲୋକେ ଚୀନ ମୋବାଇଲ ବ୍ୟବହାର କରିବା ପାଇଁ ମନା- ସେନା ଗୋଇନ୍ଦା ବିଭାଗ ଜାରି କଲା ସତର୍କ ସୂଚନା
ନୂଆଦିଲ୍ଲୀ: ସୋମବାର ଭାରତୀୟ ସେନାର ଗୋଇନ୍ଦା ବିଭାଗ ଏକ ସତର୍କ ସୂଚନା ଜାରି କରିଛି । ଆମର ସୈନିକ ପରିବାରର ସଦସ୍ୟମାନେ ଚୀନ ମୋବାଇଲକୁ ବ୍ୟବହାର କରିବା ପାଇଁ ମନା କରାଯାଇଛି । କେତେକ ମୋବାଇଲରୁ ମେଲୱାୟର ଓ ସ୍ପାଇୱାୟାର ମିଳିଛି । ଭିଭୋ, ଅପ୍ପୋ, ୱାନ ପ୍ଲସ, ରିୟଲ ମି ପରି ମୋବାଇଲ ଫୋନ ଏଥିରେ ସାମିଲ । ସେହିପରି ଚୀନ ଆପକୁ ହଟାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ଚୀନ ସେନା ଏହି ମୋବାଇଲ ମାଧ୍ୟମରେ ସୁରକ୍ଷା ସମ୍ପର୍କୀତ ତଥ୍ୟ ଚୋରାଇବା ପାଇଁ ଉଦ୍ୟମ କରୁଛି । ନିକଟରେ ବେଲୁନ ମାଧ୍ୟମରେ ଚୀନ ଗୁପ୍ତଚର କାମ କରୁଛି ବୋଲି ଆମେରିକା ପକ୍ଷରୁ ଅଭିଯୋଗ କରାଯାଇଥିଲା । ଭାରତୀୟ ବାୟୁସେନା ଏହି ବେଲୁନ ଉପରେ କଡା ନଜର ରଖିଛନ୍ତି ।