ମାର୍କୋଣା ରେଳ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ସୋର: ତାଳଚେରରୁ ଆଦ୍ରା ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି । ଟ୍ରେନର ୧୩ ନଂ ବଗିରେ ନିଆଁ ଲାଗିଥିଲା । ମାର୍କୋଣା ରେଳ ଷ୍ଟେସନରେ ଷ୍ଟେସନ ମାଷ୍ଟର ଏହା ଦେଖିପାରି ଟ୍ରେନଟିକୁ ଅଟକାଇଥିଲେ। ଦୀର୍ଘ ଦୁଇ ଘଣ୍ଟା କାଳ ବାଲ୍ଟିରେ ପାଣି ଢାଳି ରେଳ କର୍ମଚାରୀ ନିଆଁ ଲିଭାଇବାକୁ ଚେଷ୍ଟା କରି ସଫଳ ନ ହେବାରୁ ମାର୍କୋଣା ଷ୍ଟେସନମାଷ୍ଟର ସୋର ରେଳ ଷ୍ଟେସନକୁ ଖବର ଦେଇଥିଲେ। ଖବର ପାଇ ସୋର ରେଳଷ୍ଟେସନର ଷ୍ଟେସନ ମାଷ୍ଟର ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଖବର ପାଇ ସୋର ଅଗ୍ନିଶମ ବାହିନୀ ୨ଟି ଦମକଳ ଗାଡିସହ ୪ ନମ୍ବର ପ୍ଲାଟଫର୍ମରୁ କିଛି ଦୂରରେ ସଜାଗ ରହିଥିଲେ। ତେବେ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ ତାର ଟ୍ରେନ ଉପର ଦେଇ ଯାଇଥିବାରୁ ନିଆଁ ଲିଭାଇବାରେ ସକ୍ଷମ ହୋଇପାରିନଥିଲେ। ଦୀର୍ଘ ଦୁଇ ଘଣ୍ଟାପରେ ଖଡ଼ଗପୁର ଡିଭିଜନରୁ ଆଦେଶ ଆସିବା ପରେ ବିଦ୍ୟୁତ କଟାଯାଇଥିଲା ପରେ ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲେ।

Related Articles

Back to top button