ଅଧିକାଂଶ ମେଟ୍ରୋ ସହରରେ ବାୟୁର ମାନ ଖରାପ ହେଉଛି – ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତାରେ ସାମାନ୍ୟ ଉନ୍ନତି ହୋଇଛି। ପୂର୍ବରୁ ଯେଉଁଭଳି ଋତୁକାଳୀନ ପ୍ରଦୂଷଣରେ ଦିଲ୍ଲା ଘାଣ୍ଟି ହେଉଥିଲା ସେଥିରୁ ଟିକିଏ ଉନ୍ନତି ହୋଇଛି। କିନ୍ତୁ ଅନ୍ୟ ଅଧିକାଂଶ ମେଟ୍ରୋ ସହରରେ ପ୍ରଦୂଷଣ ବୃଦ୍ଧି ପାଉଛି। ଯାହାକି ଚିନ୍ତାଜନକ। କାରଣ ଏହି ମେଟ୍ରୋ ସହରକୁ ଦେଶର ଅନେକ ରାଜ୍ୟର ଯୁବପିଢୀ ବିଭିନ୍ନ ସୁବିଧା ସୁଯୋଗ ସାଙ୍ଗକୁ ଚାକିରି ପାଇଁ ଦୌଡା ଆସନ୍ତି। ତେଣୁ ଅଧିକାଂଶ ଲୋକ ପ୍ରଦୂଷଣର ଶିକାର ହୋଇ ବିଭିନ୍ନ ରୋଗରେ ପଡ଼ନ୍ତି।

ଚଳିତଥର ଶୀତ ସମୟରେ ରାଜଧାନୀ ଦିଲ୍ଲୀ ପରେ କୋଲକାତା ଓ ମୁମ୍ବାଇ ସର୍ବାଧିକ ପ୍ରଦୂଷିତ ହୋଇଥିବା ବେଳେ ବେଙ୍ଗାଲୁରୁ ଓ ଚେନ୍ନାଇରେ ପ୍ରଦୂଷଣର ମାତ୍ରା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାୟରନମେଣ୍ଟ ଅକ୍ଟୋବର-ଫେବୃଆରୀ ଅବଧି ପାଇଁ ୬ଟି ସହରର ରିୟଲ ଟାଇମ ପାର୍ଟିକୁଲେଟ ମ୍ୟାଟର (ପିଏମ୨.୫) ତଥ୍ୟର ବିଶ୍ଳେଷଣ କରି ଏହା କହିଛି।

ମଙ୍ଗଳବାର ପ୍ରକାଶ ପାଇଥିବା ସିଏସ୍ଇ ରିପୋର୍ଟରେ କୁହାଯାଇଛି ଯେ, ବିଭିନ୍ନ ଜିଓ-କ୍ଲାଇମେଟିକ୍ ଜୋନର ସ୍ଥାନ ନିର୍ବିଶେଷରେ ସମସ୍ତ ମେଟ୍ରୋ ସହର ଶୀତ ଋତୁରେ ପିଏମ ୨.୫ ସ୍ତର ଖରାପ ହେବାର ଆହ୍ୱାନର ସମ୍ମୁଖୀନ ହୋଇଥିଲେ। ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ସବୁଠାରୁ ଅଧିକ ରହିଥିବା ବେଳେ ବାକି ସହରଗୁଡ଼ିକରେ ସ୍ଥିତି ଅତ୍ୟନ୍ତ ଖରାପ ରହିଛି।

Related Articles

Back to top button