କେନ୍ଦ୍ର କର୍ମଚାରୀ ବିନା ସୁଧରେ ୧୦ ହଜାର ଟଙ୍କାର ଆଡଭାନ୍ସ ନେଇପାରିବେ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପେଶାଲ ଫେଷ୍ଟିଭାଲ ଆଡଭାନ୍ସ ସ୍କିମ ପ୍ରଦାନ ନେଇ ଘୋଷଣା କରାଯାଇଛି । ହୋଲି ଅବସରରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କର୍ମଚାରୀଙ୍କୁ ଏହି ଉପହାର ପ୍ରଦାନ କରାଯାଇଥାଏ । ଏହାକୁ ଆଡଭାନ୍ସ ପ୍ରି ଲୋଡେଡ୍ କୁହାଯାଏ । ଆକାଉଣ୍ଟକୁ ଆସିଥିବା ଅର୍ଥକୁ କେନ୍ଦ୍ର କର୍ମଚାରୀଙ୍କୁ ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ଖର୍ଚ୍ଚ କରିବାକୁ ପଡ଼ିବ । ଏହି ସ୍କିମର ସବୁଠାରୁ ଖାସ୍ କଥା ହେଉଛି, ଏହି ଆଡଭାନ୍ସ ଉପରେ କମର୍ଚାରୀଙ୍କୁ କୌଣସି ପ୍ରକାରର ସୁଧ ଦେବାକୁ ପଡ଼ିବ ନାହିଁ । ଏଥି ସହିତ କରଜ ଭରଣା କରିବାର ସର୍ତ୍ତ ମଧ୍ୟ ବହୁତ ସହଜ ରହିଛି ।

କମର୍ଚାରୀଙ୍କୁ ୧ ହଜାର ଟଙ୍କା ହିସାବରେ ୧୦ଟି କିସ୍ତିରେ ଅର୍ଥ ଫେରସ୍ତ ସୁବିଧା ମିଳୁଛି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଫେଷ୍ଟିଭାଲ ଆଡଭାନ୍ସ ସ୍କିମ ଅଧିନରେ ୪-୫ କୋଟି ଟଙ୍କା ପ୍ରତିବର୍ଷ ଆବଣ୍ଟନ କରାଯାଇଥାଏ । କର୍ମଚାରୀମାନେ ଆଡଭାନ୍ସକୁ ଡିଜିଟାଲ ତରିକାରେ ଖର୍ଚ୍ଚ କରିପାରିବେ । ଏହା ପୂର୍ବରୁ ସରକାର କେନ୍ଦ୍ର କର୍ମଚାରୀଙ୍କୁ ଏଲଟିସି କ୍ୟାଶ ଭାଉଚର ସ୍କିମ ପରି ସୁବିଧା ଦେଉଥିଲେ । ତେବେ ହୋଲିରେ କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପରେ କର୍ମଚାରୀଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଛି ।

Related Articles

Back to top button