ତ୍ରିପୁରାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କନଭୟକୁ ଟପି ଆଗକୁ ଚାଲିଗଲା ଅଜଣା କାର୍

ଅଗରତାଲା : ତ୍ରିପୁରା ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷାରେ ବୁଧବାର ଦିନ ତ୍ରୁଟି ହୋଇଛି । ଏକ କାର ଶାହାଙ୍କ କନଭୟକୁ ଟପି ଆଗକୁ ଚାଲିଯାଇଥିବା ସୂଚନା ମିଳିଛି ।

କ୍ୟାମେରାରେ କଏଦ ହୋଇଥିବା ଏହି ସୁରକ୍ଷା ତ୍ରୁଟିରେ ଦେଖିବାକୁ ମିଳୁଛି ଯେ ଅଗରତାଲାର ସରକାରୀ ଗେଷ୍ଟହାଉସରୁ ଅମିତ ଶାହାଙ୍କ ଗାଡ଼ି ବାହାରିବା ପରେ ଏକ ଧଳା ରଙ୍ଗର ଟାଟା ଟିଗୋର କାର୍ ତାଙ୍କ କନଭୟ ପଛକୁ ଆସିଯାଇଥିଲା । ପୁଲିସ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ଟାଟା ଟିଗୋର ସେମାନଙ୍କୁ ମାତ୍ ଦେଇ ଦ୍ରୁତ ଗତିରେ ଆଗକୁ ଚାଲିଯାଇଥିଲା । ଅମିତ ଶାହାଙ୍କ କନଭୟର ଶେଷ କାର୍ ଅତିକ୍ରମ କରୁଥିବା ବେଳେ ଅନ୍ୟ କିଛି ଭିଆଇପି କାର୍ ପଛକୁ ଯିବାର ଥିଲା। କିନ୍ତୁ ଉକ୍ତ କାରଟି ସେମାନଙ୍କ ଆଗକୁ ଆସିଯାଇଥିଲା । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଉକ୍ତ କାରର ମାଲିକକୁ ଠାବ କରିବାକୁ ଉଦ୍ୟମ କରାଯାଉଛି । ତାହା ଅଜାଣତରେ ଏପରି କରିଥିଲା ଅଥବା ଜାଣିଶୁଣି ଏହା କରିଥିଲା ତାହାକୁ ନେଇ ପୁଲିସ ତଦନ୍ତ କରୁଛି ।

ବିଧବାରଦିନ ଶାହା ତ୍ରିପୁରା ରାଜପରିବାରର ପୂର୍ବତନ ସଦସ୍ୟ ପ୍ରଦ୍ୟୋତ ମାଣିକ୍ୟ ଦେବବର୍ମାଙ୍କୁ ଭେଟି ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଟିପ୍ରା ମୋଥା ମଧ୍ୟରେ ମେଣ୍ଟ ବିଷୟରେ ଆଲୋଚନା କରିଥିଲେ ।

Related Articles

Back to top button