ମଞ୍ଚେଶ୍ୱର ଥାନାରେ ବଧୂଙ୍କ ତଣ୍ଟି ଚିପି ହତ୍ୟା ଅଭିଯୋଗ କଲେ ପରିବାର
ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜଳିପାଟଣା ଗ୍ରାମରେ ବଧୂଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ ହୋଇଛି। ସ୍ୱାମୀ ଓ ଶ୍ବଶୁର ଘର ଲୋକେ ମିଶି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର। ମୃତକ ହେଉଛନ୍ତି ଜଗତସିଂପୁର ଜିଲ୍ଲା ଡିଆସାହିର ଲକ୍ଷ୍ମୀପ୍ରିୟା ମହାନ୍ତି। ଲକ୍ଷ୍ମୀପ୍ରିୟା ଜଲିପାଟଣାର ପ୍ରଭାତ ପରିଡ଼ାଙ୍କୁ ଗତ ୨ ବର୍ଷ ୨ ମାସ ତଳେ ବିବାହ କରିଥିଲେ। ଗତକାଲି ରାତିରେ କୌଣସି କାରଣକୁ ନେଇ ଏହି କାଣ୍ଡ ଘଟିଥିବା ଜଣାଯାଇଛି। ତେବେ କାହିଁକି ଲକ୍ଷ୍ମୀପ୍ରିୟାଙ୍କର ହତ୍ୟା ହୋଇଛି, ତାହା ଜଣା ପଡ଼ିନଥିବା ବେଳେ, ତାଙ୍କ ପରିବାର ମଞ୍ଚେଶ୍ୱର ଥାନା ପୁଲିସର ଦ୍ୱାରସ୍ଥ ହୋଇଛନ୍ତି।