ରାଜ୍ୟରେ ଆଉ ୩୬ଟି ନୂଆ ଥାନା ପ୍ରତିଷ୍ଠା ହେବ: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ରାଜ୍ୟ ସରକାର ଆଉ ୩୬ଟି ନୂତନ ଥାନା ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ଅଞ୍ଚଳର କେଶ୍‍ ରେକର୍ଡକୁ ଆଧାର କରି ତର୍ଜମା କରିବା ପରେ ନୂତନ ଥାନା ପ୍ରତିଷ୍ଠା କରାଯାଇପାରିବ ବୋଲି ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ବିଧାନସଭାରେ ପ୍ରକାଶ କରିଛନ୍ତି। ବିଧାୟକ ପ୍ରଣବ କୁମାର ବଳବନ୍ତ ରାୟ, ସୁକାନ୍ତ କୁମାର ନାୟକ, ସତ୍ୟନାରାୟଣ ପ୍ରଧାନ, ନରସିଂହ ମିଶ୍ର, ଲତିକା ପ୍ରଧାନ, ନାଉରୀ ନାୟକ ପ୍ରମୁଖ ସଦସ୍ୟ ମାନଙ୍କର ନିଜ ଅଞ୍ଚଳରେ ଥାନା କରିବା ଦାବିର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ବେହେରା ଏହା କହିଛନ୍ତି।

କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ସମେତ ରାଜ୍ୟର ୨୩ଟି ପୋଲିସ ଜିଲ୍ଲା ଅଧିନସ୍ଥ ୩୦ଟି ନୂତନ ଥାନା ଲୋକାର୍ପଣ କରିଥିଲେ। ଏହାସହ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୋଲିସ୍ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ବର୍ଦ୍ଧିତ ଥାନା ଯୋଗୁଁ ଜନସାଧାରଣ ପ୍ରଶାସନିକ ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ଲୋକାର୍ପିତ ହୋଇଥିବା ନୂତନ ଥାନାଗୁଡ଼ିକୁ ଫାଣ୍ଡିରୁ ଥାନାରେ ରୂପାନ୍ତରିତ କରାଯାଇଥିବାବେଳେ ୩ଟି ବିଟ୍‍ ହାଉସ୍‍କୁ ଥାନାର ମାନ୍ୟତା ଦିଆଯାଇଥିଲା।

Related Articles

Back to top button