ପିଠି ଏବଂ ମୁଣ୍ଡରେ ହାତ ମାରିବା ଯୌନ ନିର୍ଯାତନା ନୁହେଁ – ବମ୍ବେ ହାଇକୋର୍ଟଙ୍କ ରାୟ
ମୁମ୍ବାଇ : ବମ୍ବେ ହାଇକୋର୍ଟ କହିଛନ୍ତି ଯେ କେବଳ ନାବାଳିକାଙ୍କ ମୁଣ୍ଡ ଓ ପିଠିରେ ବିନା ଖରାପ ଉଦ୍ଦେଶ୍ୟରେ ହାତ ମାରିବାକୁ ଯୌନ ନିର୍ଯାତନା କୁହାଯାଇପାରିବ ନାହିଁ। ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଜଣେ ୨୮ ବର୍ଷ ବୟସ୍କା ଯୁବକଙ୍କୁ ନିର୍ଦ୍ଦୋଷରେ ଖଲାସ କରି କହିଛି ଯେ ବିନା କୌଣସି ଖରାପ ଉଦ୍ଦେଶ୍ୟରେ ହାତ ମାରିବା ଯୌନ ନିର୍ଯାତନା ନୁହେଁ । ଏହି ମାମଲା ୨୦୧୨ ମସିହାରେ ଆରମ୍ଭ ହୋଇଥିଲା । ଯେତେବେଳେ ଜଣେ ୧୮ ବର୍ଷୀୟ ଯୁବକ ୧୨ ବର୍ଷର ନାବାଳିକା ପିଠି ଓ ମୁଣ୍ଡରେ ହାତ ବୁଲାଇ କହିଥିଲେ ଯେ ସେ ବଡ ହୋଇଯାଇଛି । ବାସ୍ , ଏହାକୁ ନେଇ ଆରମ୍ଭ ହୋଇଥିଲା ମହାଭାରତ । ସେହି ସମୟରେ ନାବାଳିକ ଅସହଜ ମନେ କରି ଚିତ୍କାର କରିଥିଲେ । ଏହି ମାମଲା କୋର୍ଟକୁ ଯାଇଥିଲା । ଏହି ମାମଲାରେ ଟ୍ରାଏଲ କୋର୍ଟ ଦୋଷୀ ସାବ୍ୟସ୍ତ ହେବା ପରେ ହାଇକୋର୍ଟ ଦ୍ୱାରସ୍ତ ହୋଇଥିଲେ । ହାଇକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ନିମ୍ନ ଅଦାଲତର ନିଷ୍ପତ୍ତି ଠିକ୍ ନୁହେଁ । ଯୁବକ ଜଣଙ୍କ କୌଣସି ମନ୍ଦ ଉଦ୍ଦେର୍ଶରେ ନାବାଳିକଙ୍କ ପିଠି ଓ ମୁଣ୍ଡକୁ ସ୍ପର୍ଶ କରିନଥିଲେ ।