ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ଚାଲିଗଲା ଛାତ୍ରଙ୍କ ଜୀବନ
କୋରାପୁଟ: ସକାଳୁ ସକାଳୁ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ଚାଲିଗଲା ଛାତ୍ରଙ୍କ ଜୀବନ । ଏମିତି ଦୁଃଖଦ ଘଟଣା ଆସିଛି କୋରାପୁଟ ଜିଲ୍ଲାରୁ । ମୃତ ଛାତ୍ରଙ୍କ ନା କୁନା ପୂଜାରୀ ଓ ସେ ମାଲୁ ସାଆନ୍ତ ସ୍କୁଲର ଛାତ୍ର । ଦାମନଯୋଡି ସରସ୍ଵତୀ ବିଦ୍ୟା ମନ୍ଦିର ପରୀକ୍ଷା କେନ୍ଦ୍ରରେ ସେ ପରୀକ୍ଷା ଦେଉଥିଲେ ।
ବାପାଙ୍କ ସହ ପରୀକ୍ଷା ଦେବାକୁ ଆସିଥିଲେ କୁନା । ପୁଅକୁ ଛାଡି ବାପା ଚାଲି ଯାଇଥିଲେ । ହେଲେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାର କିଛି ସମୟ ପରେ କ୍ଷଣି କୁନା ହଠାତ୍ ଅସୁସ୍ଥ ହୋଇପଡିଲେ । ପରେ ପରେ ଅଚେତ ହୋଇ ଯାଇଥିଲେ । ତୁରନ୍ତ ତାଙ୍କୁ ନାଲକୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୁନାଙ୍କର ମୃତ୍ୟୁର କାରଣ କ’ଣ ତାହା ଜଣାପଡି ନାହିଁ।
ସୂଚନାଥାଉ କି, ଆଜି ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇଥିଲା । ବିଜ୍ଞାନ ପରୀକ୍ଷା ଦେଉଥିଲେ ଛାତ୍ରଛାତ୍ରୀ । ହଠାତ ଏମିତି ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା । ତେବେ କୁନା ପୂର୍ବରୁ କୌଣସି ରୋଗରେ ଆକ୍ରାନ୍ତ ଥିବା ଅନୁମାନ କରାଯାଉଛି । କୁନା ପୁଝାରୀଙ୍କ ପରିବାର ଲୋକେ ମଧ୍ୟ ଏପରି ଖବର ଅକସ୍ମାତ ପାଇଁ ଭାଙ୍ଗି ପଡିଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ପଠାଯାଇଛି ।