ଦକ୍ଷିଣ ଆମେରିକୀୟ ଦେଶ ଇକୁଆଡରରେ ଭୂକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୬.୮

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକୀୟ ଦେଶ ଇକୁଆଡର ଓ ଉତ୍ତର ପେରୁରେ ଶକ୍ତିଶାଳୀ ଭୂମିକମ୍ପରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଶନିବାର ଏଠାରେ ୬.୮ ତୀବ୍ରତାର ଭୂମିକମ୍ପ ଝଟ୍‌କା ଲାଗିଥିଲା। ଫଳରେ ଦେଶରେ ଅନେକ ସ୍କୁଲ୍, ମେଡିକାଲ ଓ ଘର ଭାଙ୍ଗିଯାଇଥିଲା। ଏହାପରେ ଦେଶର ଉଦ୍ଧାର କାର୍ଯ୍ୟ ଜାରି ରହିଛି। କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବାକୁ ଜରୁରୀକାଳୀନ ଟିମ୍ ନିୟମିତ କାମ କରୁଛି ବୋଲି ଇକୁଆଡର ରାଷ୍ଟ୍ରପତି ଗୁଇଲେର୍ମୋ ଲାସୋ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

Related Articles

Back to top button