ମାର୍ଚ୍ଚ ଶେଷ ସୁଦ୍ଧା ୬୦ ହଜାର ଟପିବ ସୁନା ଦର

ନୂଆଦିଲ୍ଲୀ: ଆଗାମୀ ଦିନରେ ସୁନା ଦର ବୃଦ୍ଧି ହୋଇ  ୬୦,୦୦୦ ଟପିପାରେ ବୋଲି କୁହାଯାଉଛି । ଆମେରିକା ଓ ୟୁରୋପରେ ଦେଖା ଦେଇଥିବା ବ୍ୟାଙ୍କ ସଙ୍କଟ ନିବେଶକ ମାନଙ୍କୁ ପ୍ରଭାବିତ କରିଥିବାରୁ ସେମାନେ ସୁରକ୍ଷିତ ନିବେଶ ମାଧ୍ୟମ କୁହାଯାଉଥିବା ସୁନା ଆଡ଼କୁ ଢଳିଛନ୍ତି । ଦିନକୁ ଦିନ ବଜାରରେ ସୁନାର ଚାହିଦା ବଢ଼ିବାରୁ ତାହା ମହଙ୍ଗା ହେବାରେ ଲାଗିଛି ।

ଭାରତରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଏହାର ଦାମ୍‌ ବଢ଼ୁଛି । ତେବେ କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟ ଗହଣା ଦୋକାନ ଗୁଡ଼ିକରେ ବିକ୍ରି ହେଉଥିବା ସୁନା ମୂଲ୍ୟ ଠାରୁ ଭିନ୍ନ  । ଗହଣା ବଜାରରେ ସୁନା ଦାମ୍‌ ଏହାଠାରୁ କମ୍‌ ରହିଛି  ।  ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସୁନା ମୂଲ୍ୟରେ ୪, ୩୬୬ ଟଙ୍କାର ବୃଦ୍ଧି ହୋଇଛି  । ଆଗାମୀ ଦିନରେ ଏହାର ମୂଲ୍ୟ ୬୦,୨୦୦ ଟଙ୍କା ପର୍ଯ୍ୟନ୍ତ ସ୍ତରକୁ ଯାଇପାରେ  । ସେହିପରି ରୂପାର କେଜି ପିଛା ଦାମ୍‌ ୬୭ ହଜାର ଟଙ୍କାରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆଇଆଇଏଫ୍‌ଏଲ୍‌ ସିକ୍ୟୁରିଟିଜ୍‌ର ଉପସଭାପତି ଅନୁଜ ଗୁପ୍ତା ଆକଳନ କରିଛନ୍ତି  । ସେହିପରି ଆନ୍ତର୍ଜାତିକ ବଜାରରେ ମଧ୍ୟ ସୁନା ମହଙ୍ଗା ହେଉଛି ।

Related Articles

Back to top button