ନୂଆ ଉପାୟରେ ୟୁପିଆଇ ମାଧ୍ୟମରେ ଟଙ୍କା ଲୁଟୁଛନ୍ତି ସାଇବର ଅପରାଧୀ
ନୂଆଦିଲ୍ଲୀ : ଭାରତରେ ବର୍ତ୍ତମାନ ସାଇବର ଅପରାଧୀମାନେ ଗୁଗୁଲ୍ ପେ ଏବଂ ଫୋନ୍ ପେ ୟୁପିଆଇ ବ୍ୟବହାରକାରୀଙ୍କୁ ଠକିବାର ଏକ ନୂଆ ଉପାୟ ଆପଣାଇଛନ୍ତି। ଗତ ୧୬ ଦିନ ମଧ୍ୟରେ ଫୋନପେ ଏବଂ ଗୁଗୁଲ ପେ ମାଧ୍ୟମରେ ସାଇବର ଅପରାଧୀମାନେ ପ୍ରାୟ ୧ କୋଟି ଟଙ୍କା ଲୁଟି ନେଇଛନ୍ତି । ମୁମ୍ବାଇର ୧୮ ଜଣ ଏହି ଠକାମୀର ଶିକାର ହୋଇପାରନ୍ତି ।
ସୂଚନାଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନେ କେୱୋଇସି ଏବଂ ପ୍ୟାନ୍ ସ୍କାନ୍ ଆଧାରରେ ଠକାମୀର ଶିକାର ହୋଇଥିଲେ । କିନ୍ତୁ ବର୍ତ୍ତମାନ ବଜାରରେ ଏକ ନୂତନ ପ୍ରକାରର ବ୍ୟାଙ୍କ ଠକେଇ କୌଶଳ ଜଣାପଡିଛି । ଯେଉଁଥିରେ ସାଇବର ଅପରାଧୀମାନେ ଜାଣିଶୁଣି ଆପଣଙ୍କ ଗୁଗୁଲ୍ ପେ କିମ୍ବା ଫୋନ୍ ଆକାଉଣ୍ଟକୁ ଟଙ୍କା ପଠାଉଛନ୍ତି। ତା’ପରେ କଲ୍ କରି କୁହନ୍ତି ଯେ ଭୁଲରେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି । ଯେତେବେଳେ ଆପଣ ଦୟା ଦେଖାଇ ସେ ନାଁ କୁ ଆସି ଟଙ୍କା ଫେରସ୍ତ କରିବେ ସେତେବେଳେ ଆପଣଙ୍କ ଆକାଉଣ୍ଟ ଶୂନ ହୋଇଯିବ । ଅର୍ଥାତ୍ ଆପଣ ଠକାମୀର ଶିକାର ହେଲେ ।
ଯେତେବେଳେ ଗୁଗୁଲ୍ ପେ କିମ୍ବା ଫୋନ୍ ପେ ୟୁଜର୍ ଟଙ୍କା ଫେରସ୍ତ କରେ ସେତେବେଳେ ବ୍ୟାଙ୍କିଙ୍ଗ୍ ର ସମସ୍ତ ଡକ୍ୟୁମେଣ୍ଟ୍ ଯଥା ପାନ୍, ଆଧାର କାର୍ଡ ବିବରଣୀ ହ୍ୟାକର ନିକଟକୁ ଚାଲିଯାଏ । ଯେକୌଣସି ଖାତାକୁ ହ୍ୟାକ୍ କରିବାକୁ ଏହି ଡକ୍ୟୁମେଣ୍ଟଗୁଡ଼ିକ ଯଥେଷ୍ଟ । ଏହି ଉପାୟରେ ଆପଣ ବ୍ୟାଙ୍କ ଠକେଇର ଶିକାର ହୁଅନ୍ତି ।
ଏଭଳି ଫୋନ୍ କଲ୍ ଆସୁଥିଲେ ଗୁଗୁଲ୍ ପେ ଏବଂ ଫୋନ୍ ପେ ମାଧ୍ୟମରେ କୌଣସି ଟଙ୍କା ଟ୍ରାନ୍ସପର କରନ୍ତୁନାହିଁ । ଯେପର୍ଯ୍ୟନ୍ତ ବ୍ୟାଙ୍କରୁ କଲ୍ ନ ଆସିଛି । ବ୍ୟାଙ୍କରୁ କଲ୍ ଆସିବା ପରେ ଟଙ୍କା ଫେରସ୍ତ କରିବେ ।