ଖାଲି ପଡିଛି ୨ ଲକ୍ଷ ସରକାରୀ ପଦବୀ – ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ
ଭୁବନେଶ୍ୱର: ରାଜ୍ୟରେ ୨ ଲକ୍ଷରୁ ଅଧିକ ସରକାରୀ ପଦବୀ ଫାଙ୍କା ପଡିଥିବା ଜାଣିବାକୁ ମିଳିଛି । ଏ ନେଇ ବିଧାନସଭା ଗୃହରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଧାନସଭା ଗୃହରେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଏକ ପ୍ରଶ୍ନ ରଖିଥିଲେ । ଯାହାର ଉତ୍ତର ଦେଇ ନିରଞ୍ଜନ କହିଛନ୍ତି ଯେ, ଓଡିଶାରେ ବର୍ତ୍ତମାନ ୩ ଲକ୍ଷ ୯୮ ହଜାର ୫୭୭ ଜଣ କର୍ମଚାରୀ ସରକାରୀ କ୍ଷେତ୍ରରେ କାମ କରୁଛନ୍ତି । ଏହାପରେ ମଧ୍ୟ ରାଜ୍ୟରେ ୨ ଲକ୍ଷ ୨୬ ହଜାର ୫୫୯ଟି ସରକାରୀ ପଦବୀ ଖାଲି ପଡିଛି । ଯେଉଁଥିରେ ଯୋଗ୍ୟ ପ୍ରାର୍ଥି ପାଇଁ ଅନ୍ୱେଷଣ ଜାରି ରହିଛି ।
ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଠିକାଭିତ୍ତିକ ଏବଂ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ସଂଖ୍ୟା ଏହି ସମୀକ୍ଷା ରିପୋର୍ଟରେ ପ୍ରକାଶ ପାଇ ନଥାଏ । ଅର୍ଥ ବିଭାଗରେ ଠିକାଭିତ୍ତିକ କାର୍ଯ୍ୟରେ ୭୮ ଏବଂ ୮୫ ଜଣ କର୍ମଚାରୀ ଅବସରପ୍ରାପ୍ତ ନିୟୋଜିତ ଥିବା ନେଇ ଗୃହରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।