ଯାଜପୁରରେ ଆକାଶରୁ ଖସିଲା ୧ କେଜିର ବିରାଟ କୁଆପଥର
ଧର୍ମଶାଳା: ଗତ କିଛିଦିନ ଧରି ଭୀଷଣ ଗରମରେ ରାଜ୍ୟବାସୀ କଲବଲ ହେବା ପରେ ପଶ୍ଚିମା ଝଡ଼ ଦାଉ ସାଧିଥିଲା । ଗତ ୧୬ ଓ ୧୭ ତାରିଖ ଦୁଇ ଦିନ ରାଜ୍ୟର ଅନେକ ଅଞ୍ଚଳ ମେଘୁଆ ରହିବା ପରେ ୧୮ ତାରିଖ ସନ୍ଧ୍ୟାରେ ହଠାତ୍ ମାଡ଼ି ଆସିଥିଲା ଭୟଙ୍କର ଝଡ଼ବର୍ଷା । ପବନ, ବର୍ଷା ଓ କୁଆପଥର ମାଡ଼ରେ ଅନେକ ଅଞ୍ଚଳରେ ଚାଷଜମିରେ ଜଳମଗ୍ନ ହୋଇ ଚାଷୀଙ୍କର ଫସଲ ନଷ୍ଟ ହୋଇଯାଇଥିଲା । ଏହାପରେ କିଛି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା ।
ଆଜି ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକରେ ପାଖାପାଖି ୧ କିଲୋଗ୍ରାମ ବିଶିଷ୍ଟ ଏକ କୁଆପଥର ମାଡ଼ ହୋଇଥିବା ଦେଖିବାକୁ ମିଳିଛି । ବ୍ଲକର କଦମପାଳ ଅଞ୍ଚଳରେ ଏହି ବିରାଟ କୁଆପଥର ପଡ଼ିଥିଲା । ଏହି କୁଆପଥରର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ପ୍ରବଳ ବର୍ଷା ସମୟରେ ଯଦି କୁଆପଥର ମାଡ଼ ହୁଏ, ତେବେ କଥା ସରିଲା । କାରଣ କୁଆପଥର ଯାହା ଉପରେ ମାଡ଼ ହେବ, ତା’ର ଅବସ୍ଥା କ’ଣ ଯେ ହେବ ତାହା କଳ୍ପନା କରିବା ମୁସ୍କିଲ । ଏହାଛଡ଼ା କୁଆପଥର ଫସଲ ଉପରେ ପଡ଼ିବା ଫଳରେ ଫସଷ୍ଟର କ୍ଷତି କାହିଁ କେତେ ଗୁଣ ବଢ଼ିଯାଇଥାଏ । ତେଣୁ କୁଆପଥରକୁ ସମସ୍ତେ ଭୟ କରିଥାନ୍ତି ।