ଦିଲ୍ଲୀ ଅର୍ଥମନ୍ତ୍ରୀ ଆଗତ କଲେ ୭୮,୮୦୦ କୋଟିର ବଜେଟ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଅର୍ଥମନ୍ତ୍ରୀ କୈଳାସ ଗହଲୋତ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ ଆଗତ କରିଛନ୍ତି । ଚଳିତ ବର୍ଷ ବଜେଟରେ ୩ ହଜାର କୋଟି ଟଙ୍କା ବୃଦ୍ଧି ପାଇଛି । ଏହା ପୂର୍ବରୁ ଦିଲ୍ଲୀ ସରକାର ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ୭୫,୮୦୦ କୋଟି ଟଙ୍କାର ବଜେଟ୍ ଆଗତ କରିଥିଲେ । ତା’ ପୂର୍ବବର୍ଷ ୬୯,୦୦୦ କୋଟିର ବଜେଟ ଆଗତ ହୋଇଥିଲା ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ପଦରୁ ମନୀଷ ସିସୋଦିଆ ଇସ୍ତଫା ଦେବା ପରେ କୈଳାଶ ନୂଆ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ଚଳିତ ବର୍ଷ ପ୍ରଥମ ଥର ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ କୈଳାସ । ସେହିପରି ଚଳିତ ବର୍ଷ ଆମ ଆଦମୀ ପାର୍ଟି (ଆପ) ସରକାର ୯ ଥର ପାଇଁ ବଜେଟ ଆଗତ କରିଛି । ଏହି ଅବସରରେ କୈଳାସ କହିଥିଲେ, ‘ସିସୋଦିଆ ମୋର ବଡ଼ ଭାଇ ପରି, ସେ ଯଦି ବଜେଟ ଆଗତ କରିଥାନ୍ତେ ତେବେ ମୋତେ ଅଧିକ ଖୁସି ମିଳିଥାନ୍ତା ।’

Related Articles

Back to top button