୨୭ ବର୍ଷ ପରେ ଶୁଖିଯିବ ଦେଶର ପ୍ରମୁଖ ନଦୀ: ଚେତାବନୀ ଦେଲେ ମିଳିତ ଜାତିସଂଘ

ନୂଆଦିଲ୍ଲୀ : ଆଉ ମାତ୍ର ୨୭ ବର୍ଷ । ତା ପରେ ନ ଥିବ ଦେଶର ପ୍ରମୁଖ ନଦୀ । ନଦୀ ସବୁ ଶୁଖି ଆଁ କରିଥିବ । ଜୀବ ଜଗତ ହାହାକାର ହୋଇଯିବେ । ଏଭଳି କିଛି ଚେତାବନୀ ଦେଇଛନ୍ତି ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ । ସେ ଚେତାବନୀ ଦେଇ କହିଛନ୍ତି ଯେ ହିମାଳୟର ପ୍ରମୁଖ ନଦୀ ସିନ୍ଧୁ, ଗଙ୍ଗା ଏବଂ ବ୍ରହ୍ମପୁତ୍ରର ଜଳ ସ୍ତର ଅତି ଶୀଘ୍ର ହ୍ରାସ ପାଇବ। ଏହି କାରଣରୁ ୨୦୫୦ ସୁଦ୍ଧା ୧୭୦ ରୁ ୨୪୦ କୋଟି ସହରାଞ୍ଚଳବାସୀ ଜଳ ପାଇବାକୁ ଡହଳ ବିକଳ ହେବେ ।

ଆଣ୍ଟୋନିଓ କହିଛନ୍ତି ଯେ ପୃଥିବୀରେ ଜୀବନ ପାଇଁ ଗ୍ଲେସିୟର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ପୃଥିବୀର ୧୦ ପ୍ରତିଶତରେ ଗ୍ଲେସିର୍ ଅଛି । କିନ୍ତୁ ଗ୍ଲୋବାଲ ୱାର୍ମିଂ ହେତୁ ତାହା ଦ୍ରୁତଗତିରେ ତରଳି ଯାଉଛି । ଆଣ୍ଟାର୍କଟିକା ପ୍ରତିବର୍ଷ ୧୫ ବିଲିୟନ ଟନ୍ ବରଫ ହରାଉଛି । ଗ୍ରୀନଲ୍ୟାଣ୍ଡ ପ୍ରତିବର୍ଷ ୨୭ ବିଲିୟନ ଟନ୍ ବରଫ ହରାଉଛି। କେବଳ ଏତିକି ନୁହେଁ, ଏହା ପରେ ଅଧିକାଂଶ ଗ୍ଲେସିର୍ ହିମାଳୟ ଉପରେ ଅଛି । ଯାହା ବର୍ତ୍ତମାନ ଶୀଘ୍ର ତରଳି ଯାଉଛି । ସର୍ବାଧିକ ପ୍ରଭାବ ଗଙ୍ଗା, ସିନ୍ଦୁ ଏବଂ ବ୍ରହ୍ମପୁତ୍ର ନଦୀର ପ୍ରବାହ ଏବଂ ଜଳ ସ୍ତରରେ ହେବ। ଏହା ବ୍ୟତୀତ ଏକ ବିପଦ ମଧ୍ୟ ରହିଛି ଯେ ଯଦି ଗ୍ଲେସିୟର ଶୀଘ୍ର ତରଳିଯାଏ, ତେବେ ପାକିସ୍ତାନ ଏବଂ ଚାଇନାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ।

Related Articles

Back to top button