ବ୍ରଣ ସମସ୍ୟାରୁ ରକ୍ଷା ପାଇବାକୁ ଆପଣାନ୍ତୁ ଏହି ଉପାୟ
ବ୍ରଣ ସମସ୍ୟା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ । ବ୍ରଣ କେବଳ ମହିଳା ମାନଙ୍କର ମୁହଁରେ ଦେଖାଯାଇନଥାଏ ଅଧିକାଂଶ ପୁରୁଷଙ୍କ ମୁହଁରେ ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ଏହି ବ୍ରଣ ସମସ୍ୟା ଦୂର କରିବା ପାଇଁ କିଛି ଘରୋଇ ଉପାୟ ଆପଣାନ୍ତୁ । ଯାହା ଦ୍ୱାରା ଆପଣଙ୍କ ତ୍ୱଚାରେ ଚମକ ଆସିବ ।
-ମହୁ- ହଳଦୀ ମିଶ୍ରଣ ତ୍ୱଚା ପାଇଁ ଖୁବ୍ ଉପକାରୀ । ଏକ ଚାମଚ ହଳଦୀ ଗୁଣ୍ଡରେ ମହୁ ମିଶାଇ ତ୍ୱଚାରେ ଲଗାଇ ୨୦ ମିନିଟ୍ ରଖନ୍ତୁ ପରେ ଏହାକୁ ଧୋଇ ଦିଅନ୍ତୁ । ଦେଖିବେ ଆପଣଙ୍କ ତ୍ୱଚାରେ ନିଶ୍ଚୟ ଚମକ ଆସିବ ।
-ଘି-କୁଆଁରୀ ରସରେ ମହୁ ମିଶାଇ, ସେହି ମିଶ୍ରଣକୁ ତ୍ୱଚାରେ ଲଗାଇ କିଛି ସମୟ ରଖିବା ପରେ, ତ୍ୱଚାକୁ ଧୋଇ ସଫା କରିବେ । ଏହାକୁ ସକାଳ ସମୟରେ ତ୍ୱଚାରେ ଲଗାଇବା ଅଧିକ ଭଲ ।
-ସପ୍ତାହକୁ ଥରେ ତ୍ୱଚା ସ୍କ୍ରବ କରନ୍ତୁ । କିନ୍ତୁ ଅଧିକ ଥର ସ୍କ୍ରବ କରିବା ଅନୁଚିତ୍ । ବାରମ୍ବାର ଏହା କରିବା ଦ୍ୱାରା, ବ୍ରଣ ବଢିବାର ସମ୍ଭାବନା ରହିଥାଏ ବୋଲି ବିଉଟିସିଆନ୍ଙ୍କ ମତ ।
-କ୍ଷୀରର ସର,ମହୁ ଓ ସେଥିରେ ବେସନ ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରି , ସେହି ପ୍ୟାକକୁ ତ୍ୱଚାରେ ଲଗାଇବେ । ଏହା ଶୁଖିଯିବା ପରେ, ତ୍ୱଚା ଧୋଇନେବେ । ଏହା ବ୍ରଣ ସମସ୍ୟାରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।
-ବାହାରୁ ଆସିବା ପରେ, ତୁରନ୍ତ ତ୍ୱଚାକୁ ଧୋଇ ଟୋନର କିମ୍ବା ମଶ୍ଚରାଇଜର ଲଗାଇବା ଉଚିତ୍ ।