ବିବାଦୀୟ ମନ୍ତବ୍ୟ ଦେଇ ଫଶିଲେ ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ

ନୂଆଦିଲ୍ଲୀ:  ‘ଚୋର’ ମନ୍ତବ୍ୟ ଦେଇ ଫଶିଛନ୍ତି ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ । ଗତ ୧ ତାରିଖରେ ମହାରାଷ୍ଟ୍ରର କୋହ୍ଲାପୁରରେ ବିଧିମଣ୍ଡଳ ପାଇଁ ଚୋରମଣ୍ଡଳ ଟିପ୍ପଣୀ ଦେଇଥିବାରୁ ସଞ୍ଜୟ ମୁସ୍କିଲରେ ପଡ଼ିଯାଇଛନ୍ତି ।

ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ବେକର ଏ ନେଇ ସୂଚନା ଦେଇଛନ୍ତି । ସଞ୍ଜୟଙ୍କ ବିରୋଧରେ ଆସିଥିବା ବିଶେଷାଧିକାର କ୍ଷୂର୍ଣ୍ଣ ପ୍ରସ୍ତାବରେ ସେ ଦୋଷୀ ହୋଇଛନ୍ତି । ସଞ୍ଜୟ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସଞ୍ଜୟଙ୍କ ସ୍ପଷ୍ଟୀକରଣ ସନ୍ତୋଷଜନକ ନଥିଲା । ସେଥିପାଇଁ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟସଭା ଅଧ୍ୟକ୍ଷ / ଉପରାଷ୍ଟ୍ରପତିଙ୍କ ନିକଟକୁ ନୋଟିସ ପଠାଯାଇଛି । ସୂଚନାଯୋଗ୍ୟ ଯେ, ବିଶେଷାଧିକାର ଉଲ୍ଲଂଘନ ନେଇ ଦୋଷୀ ସାବ୍ୟସ୍ତ ହେଲେ ଉଭୟ ରାଜ୍ୟସଭା ଓ ଲୋକସଭାର ସଦସ୍ୟଙ୍କୁ ଦଣ୍ଡିତ କରିବାର ଅଧିକାର ଗୃହର ରହିଛି । ତେଣୁ ସଞ୍ଜୟଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଆଗକୁ ଜଣାପଡ଼ିଛି ।

Related Articles

Back to top button