ଆପଲ ଲଞ୍ଚ କଲା ‘ବାଏ ନାଓ ପେ ଲାଟର’ ସେବା
ନୂଆଦିଲ୍ଲୀ: ଗ୍ରାହକଙ୍କ ସୁବିଧା ପାଇଁ ଆପଲ ଏକ ବଡ଼ ଉପହାର ଆଣିଛି । ଅନେକ ସମୟରେ ବିଭିନ୍ନ କମ୍ପାନୀର ସେବା ଉପଭୋଗ କରିବାକୁ ବା ପ୍ରଡକ୍ଟ କିଣିବାକୁ ଇଚ୍ଛା ଥିଲେ ହେଁ ପକେଟରେ ଆବଶ୍ୟକ ପରିମାଣର ଅର୍ଥ ନ ଥାଏ । ତେଣୁ ୟୁଜର୍ସଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବା ପାଇଁ କମ୍ପାନୀ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଆଇ ଫୋନ ନିର୍ମାତା କମ୍ପାନୀ ଆପଲ ଏକ ନୂଆ ସେବା ଲଞ୍ଚ କରିଛି । ଆପଲ ‘ବାଏ ନାଓ ପେ ଲାଟର’ ସେବା ଆରମ୍ଭ କରିଛି । ଏହି ସେବା ମାଧ୍ୟମରେ ୟୁଜର୍ସ ୪ଟି କିସ୍ତିରେ ପେମେଣ୍ଟ କରିପାରିବେ । ତେବେ ଏହି ପେମେଣ୍ଟ ୬ ସପ୍ତାହ ମଧ୍ୟରେ ଭରଣା କରିବାକୁ ପଡ଼ିବ । ଏଥିପାଇଁ ୟୁଜର୍ସଙ୍କୁ କୌଣସି ସୁଧ କି ଫିସ୍ ଦେବାକୁ ପଡ଼ିବନି ।
ତେବେ ‘ବାଏ ନାଓ ପେ ଲାଟର’ ସେବା ଆପଲ କମ୍ପାନୀ ଲଞ୍ଚ କରିଛି । କମ୍ପାନୀ କିଛି ବଛା ବଛା ୟୁଜର୍ସଙ୍କ ପାଇଁ ଏହି ସୁବିଧା ଆଣିଛି । ମାତ୍ର ଆସନ୍ତା ମାସଗୁଡ଼ିକରେ ସମସ୍ତ ଯୋଗ୍ୟ ୟୁଜର୍ସଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ ବୋଲି କୁହାଯାଇଛି । ଏନେଇ ଆପଲ କମ୍ପାନୀର ଭାଇସ ପ୍ରେସିଡେଣ୍ଟ ଜେନିଫର ବାଇଲେ କହିଛନ୍ତି, ଅଧିକାଂଶ ଲୋକ ସର୍ବଦା ଫ୍ଲେକ୍ସିବଲ ପେମେଣ୍ଟ ଅପ୍ସନ ସନ୍ଧାନରେ ରହିଥାନ୍ତି । ତେଣୁ ଆମେ ଆମର ସମସ୍ତ ୟୁଜର୍ସଙ୍କ ପାଇଁ ଏହି ‘ବାଏ ନାଓ ପେ ଲାଟର’ ସେବା ଲଞ୍ଚ କରିଛୁ ।