କୋଣାର୍କରେ ପ୍ରତିଷ୍ଠା ହେବ ‘ଏସିଆ ସେଣ୍ଟର ଫର୍ କମ୍ୟୁନିଟି ମିଡ଼ିଆ’
ଭୁବନେଶ୍ୱର: ଐତିହ୍ୟ ସ୍ଥଳ କୋଣାର୍କରେ ଖୁବଶୀଘ୍ର ‘ଏସିଆ ସେଣ୍ଟର ଫର୍ କମ୍ୟୁନିଟି ମିଡ଼ିଆ’ ପ୍ରତିଷ୍ଠା ହେବ । ‘ୟଙ୍ଗ ଇଣ୍ଡିଆ’ ନାମକ ଏକ ସାମାଜିକ ସଂଗଠନ ଏହି ଦାୟିତ୍ୱ ନେଇଛି । ଏହାଫଳରେ ଏସିଆ ମହାଦେଶର ବିଭିନ୍ନ ଦେଶରେ କମ୍ୟୁନିଟି ମିଡ଼ିଆ ଓ ଯୋଗାଯୋଗ ବିକାଶର କ୍ଷେତ୍ର ପ୍ରସାର ହୋଇପାରିବ ।
ଏସିଆ ସେଣ୍ଟର ଫର କମ୍ୟୁନିଟି ମିଡ଼ିଆ ପକ୍ଷରୁ ବିଭିନ୍ନ ଦେଶମାନଙ୍କର ୟୁନିଭରସିଟିରେ ଅଧ୍ୟୟନ କରୁଥିବା ସାମ୍ବାଦିକ ଛାତ୍ର, ଅଧ୍ୟୟନକାରୀ, କମ୍ୟୁନିଟି ମିଡ଼ିଆ ଅଭ୍ୟାସକାରୀଙ୍କ ପାଇଁ କର୍ମଶାଳାର ଆୟୋଜନ କରାଯିବ । ଏଥିସହିତ ସାମ୍ବଦିକଙ୍କ ପାଇଁ ଶର୍ଟ ଟର୍ମ କୋର୍ସ, ଟ୍ରେନିଂ ସୁବିଧା ପ୍ରଦାନ କରାଯିବ । କୋଣାର୍କ ଏବେ ବିଶ୍ୱ ଐତିହ୍ୟ ସ୍ଥଳୀ ଭାବେ ପରିଚିତ ଥିବା ବେଳେ ଆଗାମୀ ଦିନରେ ଏହା ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରର ସଂଗଠନ, ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟର, ଗଣମାଧ୍ୟମ ପ୍ରତିନିଧି, ପେଶାଦାର ସାମ୍ବାଦିକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ ବୋଲି ଏହି ସେଣ୍ଟରର ପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ଏନ.ଏ. ଶାହା ଅନସାରୀ କହିଛନ୍ତି ।