ଏସସିବି ମେଡିକାଲରେ ଦୁଇଜଣଙ୍କଠାରେ ପ୍ରତିରୋପଣ ହେଲା ବ୍ରେନ ଡେଡ ମହିଳାଙ୍କ କିଡ଼ନୀ

କଟକ: କଟକ ସ୍ଥିତି ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଗୁରୁତର ମସ୍ତିଷ୍କ ଆଘାତ ରୋଗୀଙ୍କଠାରୁ କିଡନୀ ନିଆଯାଇ ଅନ୍ୟ ଦୁଇଜଣ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି । ଉକ୍ତ ମହିଳାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ହୋଇଥିବା ବେଳେ ତାଙ୍କର ବୟସ ୫୭ ବର୍ଷ । ମହିଳା ଜଣଙ୍କ ‘ବ୍ରେନ୍ ଡେଡ’ ଘୋଷଣା ହେବା ପର ତାଙ୍କର ଅଙ୍ଗଦାନ କରିବାକୁ ପରିବାରବର୍ଗ ନିଷ୍ପତ୍ତି ନେଇଥିଲେ । ଏହାପରେ କାର୍ଡିଓ ଭାସ୍କୁଲାର ସର୍ଜରୀ ବିଭାଗ ଓଟିରେ ୟୁରୋଲୋଜି ବିଭାଗର ଡାକ୍ତରୀ ଟିମ୍ ମହିଳାଙ୍କ ଶରୀରରୁ ଦୁଇଟି କିଡନୀ ବାହାର କରି କିଡନୀ ଅକାମୀ ହୋଇଥିବା ଦୁଇଜଣ ରୋଗୀଙ୍କ ଦେହରେ କାଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ କରାଇଥିଲେ ।

ପୂର୍ବରୁ ଏସସିବିରେ କାଡାଭରିକ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲେ ହେଁ କୌଣସି ରୋଗୀ ବା ଦୁର୍ଘଟଣାଗ୍ରସ୍ତଙ୍କୁ କେବେ ବି ବ୍ରେନ୍ ଡେଥ୍ ବା ମସ୍ତିଷ୍କ ଅକାମୀ ଘୋଷଣା କରାଯାଇ ନଥିଲା । ମହିଳାଙ୍କ କିଡନୀ ଦୁଇ ରୋଗୀଙ୍କ ଶରୀରରେ ଫିଟ୍ ହୋଇଥିଲା । ମୃତ ରୋଗୀଙ୍କଠାରୁ ସିଧାସଳଖ କିଡନୀ କଢ଼ାଯାଇ କାଡାଭରିକ ଟ୍ରାନ୍ସପ୍ଲାଷ୍ଟ ପାଇଁ ନିଷ୍ପତ୍ତି ନିଆଯାଇ ଥିବାରୁ ଏସବିସିର ବିଶେଷଜ୍ଞମାନେ ଏନେଇ ଉତ୍ସାହିତ ହୋଇପଡ଼ିଥିଲେ । ତେବେ ଗତ ଜୁଲାଇ ମାସରେ ଏସସିବିରେ କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ନେଇ ଉଦ୍ୟମ ଆରମ୍ଭ କରାଯାଇଥିଲେ ହେଁ କିଡନୀ ମେଳ ନ ଖାଇବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା ।

Related Articles

Back to top button