ରାଜ୍ୟରେ କ୍ଷୀର ଦାମ୍ ବୃଦ୍ଧି କଲା ଓମଫେଡ
ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା କ୍ଷୀର ଦର। ଏହା ଫଳରେ ଏଣିକି ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଓମଫେଡ ପକ୍ଷରୁ କ୍ଷୀର ଦର ବୃଦ୍ଧି କରାଯାଇଛି ।
କମ୍ପାନୀ ପକ୍ଷରୁ ଫୁଲ କ୍ରିମ ଓ ଟୋକନ ଯୁକ୍ତ କ୍ଷୀରର ଦାମରେ ବୃଦ୍ଧି କରାଯାଇଛି । ଫୁଲ କ୍ରିମ କ୍ଷୀର ଲିଟର ପିଛା ୧ ଟଙ୍କା ବୃଦ୍ଧି କରାଯାଇଥିବା ନେଇ ମଦର ଡେୟରୀ ପକ୍ଷରୁ ଘୋଷଣା କରାଯାଇଛି । ଏଥିସହିତ ଟୋକନ ଯୁକ୍ତ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି । ତେବେ କମ୍ପାନୀ କ୍ଷୀରର ଦାମ୍ ଦିଲ୍ଲୀ-ଏନସିଆର ଅଞ୍ଚଳର ଗ୍ରାହକଙ୍କ ପାଇଁ ବଢ଼ାଇଥିବା ଜଣାପଡ଼ିଛି ।
ପ୍ୟାକେଟ ପିଛା ୨ଟଙ୍କା ବୃଦ୍ଧି ନେଇ ଓମଫେଡ୍ ପକ୍ଷରୁ ସୂଚନା ମିଳିଛି । ସେହି ଭଳି ଚା ସ୍ପେଶାଲ କ୍ଷୀର ମୂଲ୍ୟ ୨୩ ଟଙ୍କାର ୨୫ ଟଙ୍କା ବୃଦ୍ଧି ପାଇଛି । ୫୦୦ ଏମଏଲ ଟୋନଡ କ୍ଷୀର ମୂଲ୍ୟ ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି । ତେବେ ଏହି ବର୍ଦ୍ଧିତ ଦର ଆସନ୍ତା ୧ ତାରିଖରେ ଲଙ୍କଜ୍ଞର ହେବାକୁ ଯାଉଛି ।