୨୦୧୯ ଶ୍ରୀମନ୍ଦିର ପରିଚାଳନା ନିର୍ଦ୍ଦେଶନାମା ଅନୁପାଳନ ନେଇ ବିସ୍ତୃତ ସ୍ଥିତି ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ପୁରୀ: ଶ୍ରୀମନ୍ଦିର ପରିଚାଳନା ପାଇଁ ୨୦୧୯ରେ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁପାଳନ ନେଇ ବିସ୍ତୃତ ସ୍ଥିତି ରିପୋର୍ଟ ଦାଖଲ କରିବାକୁ ବୁଧବାର ଜଷ୍ଟିସ ଏମ୍ଆର୍ ଶାହା ଓ ଜଷ୍ଟିସ ସିଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧ ତାରିଖ ରହିଛି।

ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର ପାଳନ କରୁନଥିବା ଅଭିଯୋଗ ହୋଇଛି। ଏହାପରେ ଖଣ୍ଡପୀଠ ଏପରି ଏକ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ପାଇଁ ଓଡ଼ିଶା ସରକାର ଅଧିକ ସମୟ ଦେବାକୁ କରିଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି। ଏହି ସମୟ ସୀମାକୁ ୨୦୨୩ ଡିସେମ୍ବର ଯାଏ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର କୋର୍ଟଙ୍କୁ ଅନୁରୋଧ କରିଥିଲେ।

Related Articles

Back to top button