୪ ବର୍ଷ ବୟସରେ ବହି ଲେଖି ଗିନିଜ୍ ରେକର୍ଡ ହାସଲ କଲେ ସୟିଦ୍ ରସିଦ୍ ଏମ୍‌ହେଇରି

ଆବୁଧାବି:  ଆବୁଧାବିର ସୟିଦ୍ ରସିଦ୍ ଏମ୍‌ହେଇରି ମାତ୍ର ୪ ବର୍ଷ ବୟସରେ ବହି ଲେଖି ରେକର୍ଡ଼ କରିଛନ୍ତି । ଏଭଳି ବିରଳ ସଫଳତା ପାଇଥିବା ସୟିଦଙ୍କ ଉପରେ ପିଲାବେଳୁ ପରିବାର ଲୋକଙ୍କ ପ୍ରଭାବ ପଡ଼ିଥିଲା । ପରିବାରର ଅଧିକାଂଶ ଲୋକେ ପୁସ୍ତକ କିଟ । ଅର୍ଥାତ୍ ଅଳ୍ପ ବହୁତେ ହେଉ ପଛେ ପରିବାରର ପ୍ରତ୍ୟେକ ସଦସ୍ୟ ଲେଖାଲେଖି କରିବାକୁ ପସନ୍ଦ କରନ୍ତି । ପିଲାବେଳୁ ଏହି ମାହୋଲ ଭିତରେ ବଢିଆସିଥିବା ସୟିଦ ଲେଖାଲେଖିରେ ଖୁବ୍ ଆଗ୍ରହ ରଖୁଥିଲେ । ଗୋଟେ ପଟେ ନିଜସ୍ୱ ଆଗ୍ରହ ଓ ଆରପଟେ ପରିବାର ଲୋକଙ୍କ ପ୍ରଭାବ ଏବଂ ସମର୍ଥନ କାରଣରୁ ନିଜେ ଏତେ କମ୍ ବୟସରେ ବହି ଲେଖିବାକୁ ସୟିଦଙ୍କ ଆଗ୍ରହ ବଢିଲା । ଆଉ ମାତ୍ର ୪ ବର୍ଷ ବୟସରେ ବହି ଲେଖିବାରେ ସେ କିର୍ତ୍ତିସ୍ତମ୍ଭ ସ୍ଥାପନା କରିପାରିଛନ୍ତି । ତାଙ୍କ ବହିର ନାମ ‘ଦି ଏଲିଫ୍ୟାଣ୍ଟ ସୟିଦ୍ ଆଣ୍ଡ ଦି ବିୟର’ । ଦୁଇ ପ୍ରାଣୀ ମଧ୍ୟରେ ଥିବା ଅଦ୍ଭୁତ ବନ୍ଧୁତ୍ୱକୁ ନେଇ ଏହି ପୁସ୍ତକରେ କାହାଣୀ ରଚନା କରାଯାଇଛି ।

ବଡ଼ କଥା ହେଉଛି ସୟିଦ ତାଙ୍କ ପରିବାରରେ ଏକମାତ୍ର ରେକର୍ଡଧାରୀ ନୁହନ୍ତି । ତାଙ୍କ ବଡ଼ ଭଉଣୀ ଅଲ୍‌ଧାବିଙ୍କଠାରୁ ସେ ଅନୁପ୍ରାଣିତ ହୋଇ ବହି ଲେଖିଛନ୍ତି । ଅଲ୍‌ଧାବି ୮ ବର୍ଷରେ ସବୁଠୁ ଛୋଟ ଲେଖିକା ଭାବେ ଦୁଇଟି ଭାଷାରେ ବହି ଲେଖି ପବ୍ଲିଶ୍ କରିବା ସହ ଗିନିଜ୍ ରେକର୍ଡ ହାସଲ କରିଛନ୍ତି ।

Related Articles

Back to top button