ଇ-ପାସ୍ପୋର୍ଟରେ ଲାଗିବ ଚିପ୍, ୪.୫ କୋଟି ପ୍ରିଣ୍ଟିଂ ପାଇଁ ଅର୍ଡର
ନୂଆଦିଲ୍ଲୀ: ଏବେ ଆପଣଙ୍କ ପାସ୍ପୋର୍ଟ ବି ଇଲେକ୍ଟ୍ରୋନିକ୍ ହେବ। ବୁକ୍ଲେଟରେ ଚିପ୍ ଲାଗିବ। ଯେଉଁଥିରେ ଆପଣଙ୍କର ପୂରା ଯାତ୍ରା ଇଲେକ୍ଟ୍ରୋନିକ୍ ରୂପରେ ରେକର୍ଡ ହୋଇ ରହିବ। ଆଉ କମ୍ପ୍ୟୁଟର ସେନ୍ସରରେ ଦେଖାଇବା ପରେ ପୂରା ଯାତ୍ରାର ବିବରଣୀ ସ୍କ୍ରିନ୍ରେ ଦେଖାଯିବ। ଏହି ପାସ୍ପୋର୍ଟକୁ ଇ-ପାସ୍ପୋର୍ଟ କୁହାଯିବ।
ଏହି ଇ-ପାସ୍ପୋର୍ଟ କାମ ପାଇଲଟ ପ୍ରୋଜେକ୍ଟରେ ଆରମ୍ଭ ହେବ। ଏଥିରେ ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ଇ-ପାସ୍ପୋର୍ଟ ଜାରି କରିବାର ଲକ୍ଷ୍ୟ ରଖାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧିକ ଭିଡ଼ ଥିବା କେନ୍ଦ୍ରର ନ ହୋଇ ଯେଉଁଠି କମ୍ ପାସପୋର୍ଟ ଜାରି ହେଉଛି ସେହିସବୁ କେନ୍ଦ୍ରରେ ଇ-ପାସ୍ପୋର୍ଟ କାମ ହେବ ବୋଲି ସୂଚନା ମିଳିଛି।
ଏହା ସଫଳ ହେଲେ ଆସନ୍ତା ଦିନମାନଙ୍କରେ କେବଳ ଇ-ପାସ୍ପୋର୍ଟ ହିଁ ଚାଲୁ ହେବ। ସମସ୍ତ ପାସ୍ପୋର୍ଟକୁ ଇ-ପାସ୍ପୋର୍ଟରେ ପରିଣତ କରାଯିବ। ଏଥିରେ ଯାତ୍ରୀଙ୍କ ଯାତ୍ରା ସୁଗମ ହେବା ସହ ଯାତ୍ରୀଙ୍କ ବିଷୟରେ ସହଜରେ ଖବର ରଖି ହେବ। ବିଦେଶରେ ଥିବା ଇମ୍ମିଗ୍ରେସନ୍ ଚେକ୍ପଏଣ୍ଟ ଗୁଡିକରେ ସହଜ ପ୍ରମାଣ ଦେଖାଇ ଯାଇ ହେବ।