ଇଦ୍‌ରେ ରିଲିଜ୍ ହେବ ଶାହରୁଖ ଖାନଙ୍କ ଫିଲ୍ମ ‘ଯୱାନ’ର ଟିଜର

ମୁମ୍ବାଇ: ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ରେକର୍ଡ଼ କରିଛି । ଏଥିରେ କିଙ୍ଗ୍ ଖାନ୍‌ଙ୍କ ଜବରଦସ୍ତ ଅଭିନୟ ଦେଖିବା ପରେ ପ୍ରଶଂସକମାନେ ତାଙ୍କର ଆଗାମୀ ଫିଲ୍ମ ‘ଯୱାନ’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ସେ ପୁଣି ଥରେ ଭିନ୍ନ ଚରିତ୍ରରେ ନଜର ଆସିବେ । ଏହି ଫିଲ୍ମ ଜୁନ୍ ୨ରେ ରିଲିଜ୍ ହେବ । କିନ୍ତୁ ଏହାର ଟିଜର ଇଦ୍‌ରେ ରିଲିଜ୍ ହେବ । ଏହି ଦିନ ସଲମନ ଖାନ୍‌ଙ୍କ ଫିଲ୍ମ ‘ କିସି କା ଭାଇ କିସିି କି ଜାନ’ ରିଲିଜ୍ ହେବ । ତେଣୁ ଯୱାନ୍‌ର ନିର୍ମାତା ଏହାର ଟିଜର ଏହି ଦିନ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯୱାନ୍ ଫିଲ୍ମରେ ଶାହାରୁଖଙ୍କ ସହିତ ଅଭିନେତ୍ରୀ ନୟନତାରା ଅଭିନୟ କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଦକ୍ଷିଣ ସୁପରଷ୍ଟାର ବିଜୟ ସେତୁପାଠୀ ।

Related Articles

Back to top button