ହିମସ୍ଖଳନରେ ୭ ପର୍ଯ୍ୟଟକଙ୍କ ମୃତ୍ୟୁ, ବରଫ ମଧ୍ୟରେ ଫଶି ରହିଛନ୍ତି ୮୦ ରୁ ଅଧିକ

ନୂଆଦିଲ୍ଲୀ: ସିକ୍କିମର ନାଥୁଲା ଅଞ୍ଚଳରେ ଅଜି ଏକ ହିମସ୍ଖଳନରେ ୭ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ସେହିପରି ପାଖାପାଖି ୮୦ ପର୍ଯ୍ୟଟକ ବରଫ ମଧ୍ୟରେ ଫଶି ରହିଛନ୍ତି ବୋଲି ଆଶଙ୍କା ରହିଛି । ଏନେଇ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଘଟଣାସ୍ଥଳରେ ଆହତ ମାନଙ୍କୁ ରାଜଧାନୀର ଗଙ୍ଗୋଟକ ହସ୍ପିଟାଲକୁ ଅଣାଯାଉଛି । ଏକ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନାଥୁଲା ଚୀନର ସୀମାରେ ଅବସ୍ଥିତ ଏବଂ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ କାରଣରୁ ଏହା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଅଟେ ।

ସୂଚନା ଅନ୍ୟୁାୟୀ, ଗଙ୍ଗୋଟକକୁ ନାଥୁଲା ସହ ସଂଯୋଗ କରୁଥିବା ଜବାହାରଲାଲ ନେହେରୁ ରୋଡରେ ଆଜି ଦିନ ୧୨ଟା ୨୦ ମିନିଟରେ ହିମସ୍ଖଳନ ଘଟିଥିଲା । ଏହି କାରଣରୁ ୬ ଲୋକ ହସ୍ପିଟାଲରେ ପ୍ରାଣ ହରାଇଥିଲେ । ମୃତ୍ୟୁ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଚାରି ଜଣ ପୁରୁଷ, ଜଣେ ମହିଳା ଏବଂ ଅନ୍ୟ ଜଣେ ଶିଶୁ ଥିଲେ । ବର୍ତ୍ତମାନ ଅନ୍ୟ ଜଣଙ୍କ ମୁତ୍ୟୁ ଘଟିଛି।

ଘଟଣାସ୍ଥଳରେ ୧୫୦ ରୁ ଅଧିକ ପର୍ଯ୍ୟଟକ ଫସି ରହିଛନ୍ତି ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏହାରି ମଧ୍ୟରେ ବରଫରେ ୩୦ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚେକପୋଷ୍ଟର ଇନ୍ସପେକ୍ଟର ଜେନେରାଲ ସୋନମ ଟେନଜିଙ୍ଗ ଭୁଟିଆଙ୍କ ଅନୁଯାୟୀ, “କେବଳ ୧୩ ମାଇଲ ପାଇଁ ପାସ ଜାରି କରାଯାଇଥାଏ, କିନ୍ତୁ ପର୍ଯ୍ୟଟକମାନେ ବିନା ଅନୁମତିରେ ୧୫ ମାଇଲ ଆଡକୁ ଯାଉଥିଲେ, ତେବେ ଏହି ଘଟଣା ୧୫ ମାଇଲରେ ଘଟିଛି।”

Related Articles

Back to top button