ବିଧାନସଭା ସମ୍ମୁଖରେ ପ୍ରତିଷ୍ଠିତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଢାଞ୍ଚାରେ ଅନୁଗୋଳ ସହରରେ ନୂତନ ପ୍ରତିମୂର୍ତ୍ତି ନିର୍ମାଣ ହେବ
ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନୁଗୋଳ ସହରରେ ପୁନଃ ସ୍ଥାପନ କରାଯିବ । ଓଡିଶା ବିଧାନସଭା ସମ୍ମୁଖରେ ପ୍ରତିଷ୍ଠିତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଢାଞ୍ଚାରେ ଏହି ନୂତନ ପ୍ରତିମୂର୍ତ୍ତି ନିର୍ମାଣ ହେବ । ଗତ ୧ ତାରିଖରେ ଜିଲ୍ଲା ପ୍ରତିଷ୍ଠା ଦିବସ ଏବଂ ଓଡ଼ିଶା ଦିବସ ପାଳନ ଅବସରରେ ଅନୁଗୁଳ କୋର୍ଟ ସାମ୍ନା ଗୋପବନ୍ଧୁ ପାର୍କରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ପ୍ରତିମୂର୍ତ୍ତିରେ ବେକ ଚିପା ସାର୍ଟ, ବୁଟ୍ ପିନ୍ଧିଥିବା ଏକ ପ୍ରତିମୁର୍ତ୍ତି ସ୍ଥାପନ କରାଯାଇଥିଲା। ଯାହାକୁ ନେଇ ସବୁଆଡ଼ୁ ଏହାକୁ ବିରୋଧ କରାଯାଇଥିଲା।
ଏହାପରେ ତ୍ରୁଟି ସଂଶୋଧନ ନାମରେ ରାତାରାତି ପ୍ୟାଣ୍ଟସାର୍ଟ ବଦଳାଇ ଧୋତି ପଞ୍ଜାବୀ ପିନ୍ଧାଇ ଦିଆଯାଇଥିଲା । ତଥାପି ଏହି ପ୍ରତିମୂର୍ତ୍ତିକୁ ନେଇ ବିବାଦ ଥମି ନ ଥିଲା । କାରଣ ନବକୃଷ୍ଣଙ୍କ ଆଣ୍ଠୁ ଲୁଚୁ ନ ଥିବା ଧୋତି ପିନ୍ଧୁଥିଲା ବେଳେ ଏଠାରେ ତାଙ୍କୁ ପାଦ ପର୍ଯ୍ୟନ୍ତ ଧୋତି ପିନ୍ଧାଇ ଦିଆଯାଇଥିଲା । ତେବେ ଓଡ଼ିଆମାନେ ଏମିତି ଧୋତି ପିନ୍ଧୁ ନ ଥିବାରୁ ଏହାକୁ ନେଇ ଆପତ୍ତି ଉଠାଇ ଥିଲେ ନବକୃଷ୍ଣପ୍ରେମୀ । ଖୋଦ୍ ନବକୃଷ୍ଣ ଚୌରୀଙ୍କ ଝିଅ କ୍ରିଷ୍ଣା ମହାନ୍ତି ଏହାକୁ ଅତି ଅଶୋଭନୀୟ କହିବା ସହ କାହିଁକି ପୌରପାଳିକା କାହିଁକି ତାଙ୍କ ବାପାଙ୍କୁ ବାରମ୍ବାର ଅପାମାନିତ କରୁଛି ବୋଲି ପ୍ରଶ୍ନ କରିଥିଲେ ।
ଏତେ ସବୁ ଭୁଲ୍ ପରେ ରାଜ୍ୟ ସରକାର ଏହି ଘଟଣା ସମ୍ପର୍କରେ ହସ୍ତକ୍ଷେପ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନବକୃଷ୍ଣ ଚୌଧୁରୀଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନୁଗୋଳ ସହରରେ ପୁନଃ ସ୍ଥାପନ କାରିବାକୁ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ଏହା ପୁର୍ବରୁ ଅନୁଗୁଳଠାରେ ନବକୃର୍ଷ୍ଣ ଚୌଧୂରିଙ୍କର ଯେଉଁ ପ୍ରତିମୁର୍ତ୍ତି ତ୍ରୁଟିପୂର୍ଣ୍ଣ ଟିପୁର୍ଣ୍ଣ ଭାବେ ନିର୍ମାଣ କରାଯାଇ ସ୍ଥାପନ କରାଯାଇଥିଲା, ତାହାକୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକ୍ରମେ ଆଜି ହଟାଇ ଦିଆଯାଇଛି । ନୂତନ ପୁର୍ଣ୍ଣବୟବ ପ୍ରତିମୂର୍ତ୍ତି ନିର୍ମାଣ ହୋଇସାରିଲେ ତାହା ପୁନଃସ୍ଥାପିତ ହେବ ।