ଜାପାନରେ ନିପନ ଇସ୍ପାତ କାରଖାନା ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନର ନିପନ ଇସ୍ପାତ ନିଗମର କିମିସୁସ୍ଥିତ ଇସ୍ପାତ କାରଖାନା ବୁଲି ଦେଖିଛନ୍ତି। ତାଙ୍କ ସହ ଯାଇଥିବା ଭାରତୀୟ ପ୍ରତିନିଧି ଦଳକୁ ମଧ୍ୟ ସେହି କାରଖାନା ବିଷୟରେ ଅବଗତ କରାଯାଇଛି। ପ୍ରଦୂଷଣରହିତ କାରିଗରି ବିଦ୍ୟା ନିରନ୍ତର ପରିବେଶକୁ ସୁହାଇଲା ଭଳି ସମୂଦ୍ରରୁ ବଳକା ସ୍ଥଳଭାଗରେ ଏହି ଇସ୍ପାତ କାରଖାନା ସ୍ଥାପନ କରାଯିବ।

ମୁଖ୍ୟମନ୍ତ୍ରୀ ସେଠାକାର ଅତ୍ୟାଧୁନିକ କାରିଗରି ବିଦ୍ୟାରେ ନିର୍ମିତ ଇସ୍ପାତ କାରଖାନାକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ନିପନ ଇସ୍ପାତ ନିଗମର ପାରଦର୍ଶିତାକୁ ପ୍ରଶଂସା କରିଛନ୍ତି। କେନ୍ଦ୍ରାପଡ଼ା ଓ ଜଗତ୍‍ସିଂହପୁର ଜିଲ୍ଲାରେ ଏହିଭଳି କାରିଗରି ବିଦ୍ୟା ବଳରେ ଇସ୍ପାତ କାରଖାନା ସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ କଥାବାର୍ତ୍ତା କରିଛନ୍ତି।

ନିପନ ଇସ୍ପାତ ନିଗମ ଓ ଓଡ଼ିଶା ମଧ୍ୟରେ ସହଭାଗିତା ଜରିଆରେ ରାଜ୍ୟର ସମୃଦ୍ଧ ଖଣି ସମ୍ବଳକୁ ବିନିଯୋଗ କରି ଇସ୍ପାତ କ୍ଷେତ୍ରକୁ ଶକ୍ତିଶାଳୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ରାପଡ଼ା ଓ ଜଗତ୍‍ସିଂହପୁର ଜିଲ୍ଲାରେ ସ୍ଥାପନ ହେବାକୁ ଥିବା ଭାରତର ସମନ୍ୱିତ ଇସ୍ପାତ କାରଖାନା ପାଇଁ ଆର୍ସେଲର ମିତ୍ତଲ ନିପଣ ଷ୍ଟିଲ କମ୍ପାନୀକୁ ରାଜ୍ୟ ସରକାର ସବୁ ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

Related Articles

Back to top button