ପ୍ରଥମ ଶ୍ରେଣୀ ପିଲାଙ୍କ ବୟସସୀମାକୁ ନେଇ ଏକ ନିର୍ଦ୍ଦେଶନାମା ଜାରି: ମାର୍ଚ୍ଚ ୩୧ ସୁଦ୍ଧା ପିଲାକୁ ୫ ରୁ ୭ ବର୍ଷ ବୟସ ହେବା ଜରୁରୀ

ଭୁବନେଶ୍ୱର: ପ୍ରଥମ ଶ୍ରେଣୀ ପିଲାଙ୍କ ନାମଲେଖା ବୟସକୁ ନେଇ ଚାଲିତିବା ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଚ୍ଛେଦ । ଏଥିପାଇଁ ପିଲାମାନଙ୍କ ବୟସସୀମା ଧାର୍ଯ୍ୟ କରାଯାଇଛି । ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ କୌଣସି ପିଲାର ବୟସ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୫-୭ ବର୍ଷ ହୋଇଥିବା ଆବଶ୍ୟକ । କିନ୍ତୁ ଦିବ୍ୟାଙ୍ଗମାନଙ୍କ କ୍ଷେତ୍ରରେ ଏହି ସୀମାରେ ପରିବର୍ତ୍ତନ କରାଯିବ । ଦିବ୍ୟାଙ୍ଗ ପିଲାଙ୍କ ପାଇଁ ବୟସସୀମା ସର୍ବାଧିକ ୯ ବର୍ଷ ପର୍ଯ୍ୟନ୍ତ କରାଯାଇପାରେ । ଏ ନେଇ ବର୍ତ୍ତମାନ ସ୍ପଷ୍ଟୀକରଣ ଆସି ସାରିଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ଶ୍ରେଣୀ ପିଲାଙ୍କ ବୟସସୀମାକୁ ନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ସ୍ପଷ୍ଟ କରାଯାଇଛି ଯେ, ପ୍ରଥମ ଶ୍ରେଣୀରେ ଆଡମିଶନ କରିବା ପାଇଁ ପିଲାକୁ ମାର୍ଚ୍ଚ ୩୧ ସୁଦ୍ଧା ୫ ରୁ ୭ ବର୍ଷ ବୟସ ହେବା ଜରୁରୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଦିସୂଚନା କ୍ରମାଙ୍କ ୬୫୫୪ ଗତବର୍ଷ ଏପ୍ରିଲ ୪ ତାରିଖରେ ପ୍ରକାଶିତ ପ୍ରଥମ ଶ୍ରେଣୀ ନାମଲେଖା ବୟସସୀମା ଉଲ୍ଲେଖ ହୋଇଥିଲା । ତେବେ ଏଥିପାଇଁ ଅନେକ ଦ୍ୱନ୍ଦ୍ୱ ଦେଖା ଦେଇଥିଲା । ପ୍ରଥମ ଶ୍ରେଣୀ ପିଲାଙ୍କ ଆଡମିଶନ ଏବଂ ଏଥିପାଇଁ ପିଲାଙ୍କ ବୟସକୁ ନେଇ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଶିକ୍ଷକ-ଶିକ୍ଷୟତ୍ରୀ ଅଡୁଆରେ ପଡିଥିଲେ । ତେବେ ବର୍ତ୍ତମାନ ଏହି ସମସ୍ୟାର ସମାଧାନ କରି ଏକ ସ୍ପଷ୍ଟୀକରଣ ଦିଆଯାଇଛି । ଗତବର୍ଷ ଚିଠି ଅନୁସାରେ ନାମଲେଖା ପ୍ରକ୍ରିୟା ଚାଲୁ ରକିବା ପାଇଁ କହିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

Related Articles

Back to top button