କମ୍ ହେଲା ପ୍ରାକୃତିକ ଗ୍ୟାସ ଦର

ନୂଆଦିଲ୍ଲୀ: ଗ୍ୟାସ ଦରକୁ ନେଇ କେନ୍ଦ୍ର ସରକାର ନେଇଛନ୍ତି ଏକ ବଡ ପଦକ୍ଷେପ । ତେବେ ସରକାରଙ୍କର ଏହି ନିଷ୍ପତ୍ତି ସିଧାସଳଖ ସାଧାରଣ ଜନତାଙ୍କ ପକେଟ ଉପରେ ଦେଖିବାକୁ ମିଳିବ । ପ୍ରାକୃତିକ ଗ୍ୟାସର ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ କେନ୍ଦ୍ର ସରକାର ଏକ ନୂଆ ନିୟମକୁ ମଞ୍ଜୁରୀ ଦେଇଛନ୍ତି । ଆଉ ଏହାପରେ ଗ୍ରାହକ ମାନଙ୍କୁ ଆଶ୍ଵସ୍ତି ମିଳିଛି ।ଦେଶରେ ପ୍ରାକୃତିକ ଗ୍ୟାସର ମୂଲ୍ୟ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶାବଳୀରେ ସଂଶୋଧନକୁ ଅନୁମୋଦନ କରାଯିବା ପରେ କମ୍ପାନୀଗୁଡିକ ଦ୍ୱାରା CNG-PNG ମୂଲ୍ୟ ହ୍ରାସ ଆରମ୍ଭ ହୋଇଛି।

ଆଦାନୀ ଟୋଟାଲ୍ ଗ୍ୟାସ୍ ଲିମିଟେଡ୍ (ATGL) CNG-PNG ର ମୂଲ୍ୟ ହ୍ରାସ କରିଛି । ATGL CNG ପ୍ରତି ୮.୧୩ ଏବଂ PNG କୁ ୫.୦୬ ହ୍ରାସ କରିଛି । ଆଠ ଏପ୍ରିଲ ମଧ୍ୟରାତ୍ରିରୁ ନୂତନ ମୂଲ୍ୟ କାର୍ଯ୍ୟକାରୀ ହୋଇଛି । କେନ୍ଦ୍ରୀୟ କ୍ୟାବିନେଟ ଘରୋଇ ଗ୍ୟାସ ମୂଲ୍ୟର ନୂତନ ସୂତ୍ର କାର୍ଯ୍ୟକାରୀ ହେବାର ଗୋଟିଏ ଦିନ ପରେ ଏଟିଜିଏଲ୍ର ଏହି ନିଷ୍ପତ୍ତି ଆସିଛି।

ପ୍ରାକୃତିକ ଗ୍ୟାସ ମୂଲ୍ୟର ନୂତନ ବ୍ୟବସ୍ଥାକୁ ଧ୍ୟାନରେ ରଖି MGL ଦ୍ୱାରା ମଧ୍ୟ ଏହି ପଦକ୍ଷେପ ନିଆଯାଇଛି । ଏହି ଘୋଷଣା ପରେ ସରକାର CNG ଏବଂ ପାଇପ୍ ରନ୍ଧନ ଗ୍ୟାସର ନୂତନ ମୂଲ୍ୟ ମଧ୍ୟ ଘୋଷଣା କରିଛନ୍ତି। ଫେବୃଆରୀରେ MGL CNG ମୂଲ୍ୟ କିଲୋଗ୍ରାମ ପିଛା ୨.୫ ଟଙ୍କା ହ୍ରାସ କରିଥିଲା। ଏହା ସତ୍ତ୍ୱେ ଏପ୍ରିଲ୍ ୨୦୨୨ ତୁଳନାରେ CNG ର ମୂଲ୍ୟ ପ୍ରାୟ ୮୦ ପ୍ରତିଶତ ଅଧିକ ରହିଛି ।

Related Articles

Back to top button