ଜାଲ୍ ସାର୍ଟିଫିକେଟ୍ ମାମଲା: କୋରାପୁଟରୁ ୪ ଜଣ ଗିରଫ

କୋରାପୁଟ: ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ମାମଲାରେ କୋରାପୁଟରୁ ୪ ଜଣଙ୍କୁ ଗିରଫ କରାଯାଇଛି । ଡାକ ବିଭାଗରେ ଭର୍ତ୍ତି ପାଇଁ ଆବେଦନକାରୀ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇଥିଲେ । ଡିଜିଲକର ଆପରେ ଯାଞ୍ଚ ବେଳେ ସାର୍ଟିଫିକେଟ୍ ଜାଲ୍ ବୋଲି ଜଣାପଡ଼ିବା ପରେ କୋରାପୁଟ ଡାକ ମଣ୍ଡଳ ପକ୍ଷରୁ ଥାନାରେ ୨୨ ଜଣଙ୍କ ନାଁରେ ଏତଲା ଦିଆଯାଇଥିଲା ।

ସୂଚନା ଯୋଗ୍ୟ, ବଲାଙ୍ଗିରରେ ବଡ଼ ଧରଣର ଫେକ୍ ସାର୍ଟିଫିକେଟ୍ ରାକେଟ୍ ଧରା ପଡ଼ିବା ପରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରୁ ଜାଲ୍ ସାର୍ଟିଫିକେଟ୍ ମାମଲା ଆସୁଛି । ଅନ୍ୟପଟେ ସମ୍ବଲପୁରରେ ଡାକ ବିଭାଗରେ ଚାକିରି ଲାଗି ଜାଲ୍ ସାର୍ଟିଫିକେଟ୍ ଦେଇଥିବା ଅଭିଯୋଗରେ ୬ ଜଣଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି ।

ଏତଲା ଦିଆଯାଇଥିବା ୬ ଜଣ ହେଉଛନ୍ତି ବରଗଡ଼, ଭଦ୍ରକ, ଜଗତସିଂହପୁର, କଳାହାଣ୍ଡି ଓ ଦେବଗଡ଼ ଜିଲ୍ଲାର । ସୂଚନା ଅନୁସାରେ, ଏମାନେ ଉତ୍ତରପ୍ରଦେଶର ଶିକ୍ଷାଗତ ପ୍ରମାଣପତ୍ର ଦେଇଥିଲେ । ସମସ୍ତେ ଗ୍ରାମୀଣ ଡାକ ସେବକ ପଦ ଲାଗି ଆବେଦନ କରିଥିଲେ । ଏହା ପୂର୍ବରୁ ସମାନ ଅଭିଯୋଗ କୋରାପୁଟ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା ଓ କେନ୍ଦ୍ରାପଡ଼ାରୁ ଆସିଥିଲା ।

Related Articles

Back to top button