ମେ ୨୨ ଓ ୨୩ ତାରିଖରେ ଶ୍ରୀନଗରରେ ହେବ ଜି୨୦ ବୈଠକ

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରେ ହେବ ଜି୨୦ ବୈଠକ । କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ, ମେ ୨୨ ଓ ୨୩ ତାରିଖରେ ଶ୍ରୀନଗରରେ ଜି୨୦ ବୈଠକ ହେବ । ୭୦ ବର୍ଷରେ ପ୍ରଥମଥର ଲାଗି ଜମ୍ମୁକାଶ୍ମୀରରେ ଜି୨୦ ବୈଠକ ହେବାକୁ ଯାଉଛି । ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ଜମ୍ମୁକାଶ୍ମୀରରେ ଏହା ପ୍ରଥମ ଅନ୍ତର୍ଜାତୀୟ ସମ୍ମିଳନୀ ।

ଜି୨୦ର ୟୁଥ୍ ଓ ସିଭିଲ୍-୨୦ ବୈଠକ ପାଇଁ ଚୟନ ହୋଇଥିବା ଦେଶର ୧୫ଟି ଅନୁଷ୍ଠାନ ମଧ୍ୟରେ କାଶ୍ମୀର ବିଶ୍ୱବିଦ୍ୟାଳୟ ରହିଛି । ଜି-୨୦ ବୈଠକ ଜାମ୍ମୁକାଶ୍ମୀରରେ ହେବାକୁ ନିୟମିତ ବିରୋଧ କରି ଆସୁଛନ୍ତି ପାକିସ୍ତାନ ଓ ଚୀନ । ଏଥିପାଇଁ ପାକିସ୍ତାନ ତାର ସମର୍ଥକ ଦେଶ ଉପରେ ଏଥିପାଇଁ ଚାପ ପକାଉଛି ।

Related Articles

Back to top button